Latest Odisha News

BREAKING NEWS

ତିରୁପତି ଲଡୁ ବିବାଦ: ବଡବଡ ମନ୍ଦିରରେ ହେବ ପ୍ରସାଦର ନମୁନା ଯାଞ୍ଚ

ଜୟପୁର: ତିରୁପତି ଲଡୁ ବିବାଦ ମଧ୍ୟରେ ବଡବଡ ମନ୍ଦିରରେ ପ୍ରସାଦର ମାନ ଯାଞ୍ଚ ପାଇଁ ଘୋଷଣା କରିଛନ୍ତି ରାଜସ୍ଥାନ ସରକାର।

ଯାହା ଫଳରେ ବର୍ତ୍ତମାନ ରାଜସ୍ଥାନର ଖାଦ୍ୟ ନିରାପତ୍ତା ବିଭାଗ ସମସ୍ତ ମନ୍ଦିରରେ ଏକ ଅଭିଯାନ ଚଳାଇବ। ସେପ୍ଟେମ୍ବର ୨୩ରୁ ୨୬ ମଧ୍ୟରେ ମନ୍ଦିରଗୁଡିକର ପ୍ରସାଦର ନମୁନା ପରୀକ୍ଷା କରାଯିବ। ଏହି ଅଭିଯାନକୁ ‘ଶୁଦ୍ଧ ଆହାର ମିଲାବଟ ପର ବାର୍’ ଅଭିଯାନ ଅଧୀନରେ ଅନ୍ତର୍ଭୁକ୍ତ କରାଯାଇଛି।

ଏହି ଅବଧି ମଧ୍ୟରେ ଖାଦ୍ୟ ସୁରକ୍ଷା ବିଭାଗ ଦ୍ୱାରା ସ୍ୱତନ୍ତ୍ର ଦଳ ଗଠନ କରାଯିବ, ଯିଏ ଅଭିଯାନରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ଏହା ବ୍ୟତୀତ ମନ୍ଦିର ଗୁଡିକର ଭୋଗ ସାର୍ଟିଫିକେଟ୍ ମଧ୍ୟ ଯାଞ୍ଚ କରାଯିବ, ଯାହା ଖାଦ୍ୟ ସୁରକ୍ଷା ବିଭାଗ ଦ୍ୱାରା ମନ୍ଦିରକୁ ପ୍ରଦାନ କରାଯାଇଥାଏ।

 

 

Leave A Reply

Your email address will not be published.