Latest Odisha News

BREAKING NEWS

ଆଇପିଏଲ: ୩ ଟିମର ପ୍ଲେ ଅଫ ପ୍ରବେଶ ଏକପ୍ରକାର ନିଶ୍ଚିତ, ୨ ପ୍ରାୟତଃ ବିଦା

କୋଲକାତା: ଚଳିତ ଆଇପିଏଲ ଧିରେ ଧିରେ ନିର୍ଣ୍ଣାୟକ ମୋଡକୁ ଯିବାରେ ଲାଗିଛି । ୩ଟି ଟିମ ଭଲ ପ୍ରଦର୍ଶନ ସହ ପ୍ଲେ ଅଫ ପ୍ରବେଶ ଏକପ୍ରକାର ନିଶ୍ଚିତ କରିଛନ୍ତି । ସେହିପରି ୨ଟି ଟିମ ପ୍ରାୟତଃ ପ୍ଲେ ଅଫ ଦୌଡରୁ ବାଦ ପଡି ସାରିଛନ୍ତି । ତଥାପି ସମ୍ଭାବନା ଏବେ କିଛି ବାକି ରହିଯାଇଛି । ୧୦ଟି ଟିମ ଆଇପିଏଲରେ ଅଂଶଗ୍ରହଣ କରୁଥିବାରୁ ଅତି କମରେ ଗୋଟିଏ ଟିମକୁ ପ୍ଲେ ଅଫ ପ୍ରବେଶ ପାଇଁ ୧୬ ପଂଏଟର ଆବଶ୍ୟକତା ରହିଛି । ରାଜସ୍ଥାନ ରୟାଲ୍ସକୁ ଆଉ ଗୋଟିଏ ଏବଂ କୋଲକାତା ନାଇଟ ରାଇଡର୍ସ ଓ ସନରାଇଜର୍ସ ହାଇଦ୍ରାବାଦକୁ ୩ଟି ମ୍ୟାଚରେ ବିଜୟ ହାସଲ କରିବାକୁ ପଡିବ । ୩ଟି ଟିମ ଚେନ୍ନାଇ, ଲକ୍ଷ୍ନୌ ଓ ଗୁଜରାଟ ୮ ଅଙ୍କ ସହ ସମ୍ଭାବନା ଉଜ୍ଜୀବୀତ ରଖିଛନ୍ତି ।

ରାଜସ୍ଥାନ ୮ ମ୍ୟାଚରୁ ୧୪, କେକେଆର ୭ ମ୍ୟାଚରୁ ୧୦ ଓ ହାଇଦ୍ରାବାଦ ୭ ମ୍ୟାଚରୁ ୧୦ ପଂଏଟ ହାସଲ କରିଛନ୍ତି । ପଞ୍ଜାବ ଓ ମୁମ୍ବାଇକୁ ବାକିଥିବା ୬ ମ୍ୟାଚରେ ୫ଟିରେ ବିଜୟ ହାସଲ କରିବାକୁ ପଡିବ । ପଞ୍ଜାବ ଓ ଆରସିବିର ପ୍ଲେ ଅଫ ପ୍ରବେଶ ପ୍ରାୟତଃ କ୍ଷୀଣ ହୋଇଯାଇଛି । ବାକିଥିବା ସମସ୍ତ ମ୍ୟାଚରେ ବିଜୟ ହାସଲ କରିବା ସହ ସେମାନେ ଚମତ୍କାରକୁ ଅପେକ୍ଷା କରି ରହିବେ । ପଞ୍ଜାବ ନିକଟରେ ସୁଯୋଗ ରହିଥିଲେ ସୁଦ୍ଧା ବେଙ୍ଗାଲୁର ନିକଟରେ ଏହା ମଧ୍ୟ ନାହିଁ । ଆଉ କିଛି ମ୍ୟାଚ ପରେ କେଉଁ ଟିମ ବାଦ ପଡିବ ତାହା ପ୍ରାୟତଃ ସ୍ପଷ୍ଟ ହୋଇଯିବ ।

Leave A Reply

Your email address will not be published.