Latest Odisha News

BREAKING NEWS

ରାଜସ୍ଥାନରେ କଂଗ୍ରେସ ଉପରେ ବର୍ଷିଲେ ମୋଦି-ଶାହ: କହିଲେ ‘ଏଣିକି ଖାଲି କମଳ ହିଁ ଫୁଟିବ’

ଜୟପୁର: ରାଜସ୍ଥାନକୁ ଆଉ କେବେ ଫେରିବନି ଗେହଲଟ ସରକାର । କଂଗ୍ରେସର ବିଦାୟ ସମୟ ଆସି ଯାଇଛି । ରାଜସ୍ଥାନର ସବୁରି ମୁହଁରେ କେବଳ କମଳ ହିଁ କମଳ । ବିଧାନସଭା ନିର୍ବାଚନ ପ୍ରଚାରର ଶେଷ ଦିନରେ ଏମିତି କହି କଂଗ୍ରେସ ଉପରେ ଜୋରଦାର ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ରମନ୍ତ୍ରୀ ଅମିତ ଶାହ ।

ଦିନକ ପରେ ରାଜସ୍ଥାନ ବିଧାନସଭା ନିର୍ବାଚନ । ଫଳାଫଳ ଡିସେମ୍ବର ୩ ତାରିଖ ଘୋଷଣା କରାଯିବ । ୨୦୦ ବିଧାନସଭା ଆସନ ମଧ୍ୟରୁ ୧୯୯ ଆସନରେ ନଭେମ୍ବର ୨୫ ତାରିଖରେ ହେବ ମତଦାନ । ଗୋଟିଏ ଆସନରେ ମତଦାନ ହେବ ନାହିଁ । କାରଣ ଶ୍ରୀ ଗଙ୍ଗାନଗର ଜିଲ୍ଲାର ଶ୍ରୀକରଣପୁର ବିଧାନସଭା ଆସନର କଂଗ୍ରେସ ପ୍ରାର୍ଥୀଙ୍କର ଅଚାନକ ମୃତ୍ୟୁ ଘଟିବାରୁ ଏହି ଆସନରେ ମତଦାନ ବନ୍ଦ ରହିଛି । ପରେ ଏହି ଆସନରେ ନିର୍ବାଚନ ହେବ । ତେବେ ଏହି ଆସନର ନିର୍ବାଚନ ତାରିଖ ଘୋଷଣା କରାଯାଇ ନାହିଁ ।

ଆଜି ନିର୍ବାଚନ ପ୍ରଚାରର ଶେଷ ଦିନ । କେନ୍ଦ୍ର ଗୃହମନ୍ତ୍ରୀ ଜବାହାର ସର୍କିଲସ୍ଥିତ ଏକ ହୋଟେଲରେ ଏକ ସାମ୍ବାଦିକ ସମ୍ମିଳନୀ କରି କଂଗ୍ରେସ ଉପରେ ଜୋରଦାର ବର୍ଷିଛନ୍ତି । ରାଜସ୍ଥାନରେ ଆଗାମୀ ସରକାର ବିଜେପିର ହେବ । କଂଗ୍ରେସର ବିଦାୟ ସମୟ ଆସିଗଲାଣି । କେନ୍ଦ୍ର ମନ୍ତ୍ରୀ କହିଛନ୍ତି, ମୁଁ ପୁରା ରାଜସ୍ଥାନ ଗସ୍ତ କାରିଛି । ବିଜେପି ପକ୍ଷରେ ସମର୍ଥନ ସବୁଠି ରହିଛି । ରାଜସ୍ଥାନ ସବୁବେଳେ ମୋଦିଙ୍କ ସହ ଛିଡା ହୋଇଛି ଏବଂ ବିଜେପିକୁ ସାଥ ଦେଇଛି ବୋଲି କହିଛନ୍ତି ଅମିତ ଶାହ ।

ମୋଦି କହିଛନ୍ତି, ୫ ବର୍ଷ ଧରି କଂଗ୍ରେସ ତୁଷ୍ଟୀକରଣ, ପରିବାରବାଦ ରାଜନୀତି କରି ଆସୁଛି । ଏହାକୁ ନେଇ ରାଜସ୍ଥାନ ଜନତା ଭୟଭୀତ ହୋଇ ପଡିଛନ୍ତି । ଗତ ୯ ବର୍ଷ ମଧ୍ୟରେ କଂଗ୍ରେସ ତୁଳନାରେ ମୋଦି ସରକାର ୪ ଗୁଣା ଅଧିକ ରାଶି ଖର୍ଚ୍ଚ କରିଛି । ରାଜସ୍ଥାନରେ କଂଗ୍ରେସର ୫ ବର୍ଷ ଶାସନ ମଧ୍ୟରେ ସବୁଠାରୁ ଖରାପ ସ୍ଥିତି ଦଳିତ ତଥା ମହିଳାଙ୍କର ହୋଇଛି ।

ସେପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେବଗଢରେ ଏକ ବିରାଟ ଜନସଭାକୁ ଉଦବୋଧନ ଦେଇ କହିଛନ୍ତି, ରାଜସ୍ଥାନରେ କେବଳ କମଳ ହି କମଳ ଫୁଟିବ । ଏହା ପରେ ଗେହଲଟ ସରକାର ଆଉ କେବେ ବି କ୍ଷମତାକୁ ଆସିବ ନାହିଁ ବୋଲି କହିଛନ୍ତି ।

Comments are closed.