ଚିତ୍ତୋରଗଡ: ଶିକ୍ଷାର ବୟସ ସହିତ କୌଣସି ସମ୍ପର୍କ ନାହିଁ। ଏହି ଉକ୍ତିକୁ ପ୍ରମାଣ କରିଛନ୍ତି ରାଜସ୍ଥାନର ଚିତ୍ତୋରଗଡ ସ୍ଥିତ ପ୍ରତାପଗଡର ବାସିନ୍ଦା ୮୧ ବର୍ଷିୟ ସତ୍ୟପାଲ ଆରୋରା। ସେ ଲ ’କଲେଜରେ ପ୍ରଥମ ବର୍ଷ ଏଲଏଲବିରେ ଆଡମିଶନ ନେବା ସହ ତାଙ୍କଠୁ ବହୁ କମ୍ ବୟସର ଯୁବକମାନଙ୍କ ସହିତ ମିଶି ଶିକ୍ଷା ଗ୍ରହଣ କରୁଛନ୍ତି। ତାଙ୍କର କୌତୁହଳ ଏବଂ ନିଷ୍ଠା କଲେଜ କର୍ମଚାରୀ ଏବଂ ଛାତ୍ରଛାତ୍ରୀମାନଙ୍କୁ ମଧ୍ଯ ପ୍ରେରଣା ଦେଇଛି।
ସେ ନିୟମିତ ଭାବେ କଲେଜକୁ ଆସନ୍ତି ଏବଂ ତାଙ୍କର ଶିଖିବାର ଇଚ୍ଛା ଜଣେ ଯୁବ ଛାତ୍ରଙ୍କଠାରୁ କିଛି କମ୍ ନୁହେଁ। ଏପରିକି ତାଙ୍କର କଠିନ ପରିଶ୍ରମ ଏବଂ ଅନୁଶାସନ ସମସ୍ତଙ୍କୁ ପ୍ରଭାବିତ କରିଛି।
Comments are closed.