ରାଜସ୍ଥାନ : ସାରା ଦେଶରେ ଚିନ୍ତା ବଢ଼ାଇଲାଣି ମହାମାରୀ କରୋନା । ସଂକ୍ରମଣ ବଢ଼ିବା ସହ ମୃତ୍ୟୁ ସଂଖ୍ୟା ବି ବଢ଼ିବାରେ ଲାଗିଲାଣି । ସଂକ୍ରମଣକୁ ରୋକିବା ପାଇଁ ଆଜିଠୁ ମହାରାଷ୍ଟ୍ରରେ ୧୪୪ ଧାରା ଲାଗୁ ହୋଇଥିବା ବେଳେ, ରାଜସ୍ଥାନରେ ମଧ୍ୟ ନିଆଯାଇଛି କଡ଼ା ପଦକ୍ଷେପ । ଆସନ୍ତା ଶୁକ୍ରବାରରୁ ରାଜ୍ୟର ସମସ୍ତ ସହରରେ ୧୨ ଘଣ୍ଟିଆ କର୍ଫ୍ୟୁ ଲଗାଇବାକୁ ନିଷ୍ପତ୍ତି ନେଇଛନ୍ତି ରାଜସ୍ଥାନ ସରକାର । ସନ୍ଧ୍ୟା ୬ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ସବୁ କିଛି ବନ୍ଦ ରହିବ । ଏହି ସମୟରେ କେବଳ ଅତ୍ୟାବଶ୍ୟକୀୟ ସେବାକୁ ଅନୁମତି ଦିଆଯାଇଛି ।
ନୂଆ ନିଷ୍ପତ୍ତି ଅନୁସାରେ, କର୍ଫ୍ୟୁ ସମୟରେ କେହି ବି ବାହାରକୁ ବାହାରି ପାରିବେ ନାହିଁ । କରୋନା ମହାମାରୀକୁ ରୋକିବା ପାଇଁ ଏପ୍ରିଲ ୩୦ ତାରିଖ ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ । ସେହିପରି ଶୁକ୍ରବାର ଠାରୁ ସମସ୍ତ ଶିକ୍ଷାନୁଷ୍ଠାନ ଓ କୋଚିଂ ସେଣ୍ଟର ମଧ୍ୟ ବନ୍ଦ ରହିବ । ଏହାସହ ସମସ୍ତ ପ୍ରକାର ସମାବେଶ ଓ କାର୍ଯ୍ୟକ୍ରମକୁ ମଧ୍ୟ ବାରଣ କରାଯାଇଛି । ଯଦି କୌଣସି ବ୍ୟକ୍ତି ଏହି କଟକଣାକୁ ଉଲ୍ଲଂଘନ କରିବେ, ତେବେ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
Comments are closed.