Latest Odisha News

BREAKING NEWS

ଏବେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ; ସରକାର ଆଣୁଛନ୍ତି ନୂଆ ନିୟମ

ଜୟପୁର: ରାଜ୍ୟରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିବା ନେଇ ରାଜସ୍ଥାନ ସରକାର ବିଚାର ବିମର୍ଶ କରୁଛନ୍ତି । ବିଧାନସଭାର ଆଗାମୀ ଅଧିବେଶନରେ ସରକାର ଏସମ୍ବନ୍ଧୀୟ ବିଧେୟକ ଆଣିପାରନ୍ତି ବୋଲି ସୂଚନା ମିଳିଛି ।

ଏନେଇ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ସୋମବାର ଦିନ ସୂଚନା ପ୍ରଦାନ କରିଛନ୍ତି । ରାଜ୍ୟରେ କରୋନା ଭାଇରସ୍ ସଂକ୍ରମଣ ରୋକିବା ପାଇଁ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରିବା ଉପରେ ବିଚାର କରାଯାଉଛି । ଯେ ଯାଏଁ ଟିକା ନ ଆସିଛି ସେ ଯାଏଁ ହାତ ଧୋଇବା, ମାସ୍କ ପିନ୍ଧିବା ଓ ୨ ଗଜ୍ ଦୂରତ୍ୱକୁ ପାଳନ କରିବାକୁ ପଡିବ ବୋଲି ସେ କହିଛନ୍ତି ।

ଏହାଛଡା ବିନା ବାଣରେ ଚଳିତ ଥର ଦୀପାବଳୀ ଉତ୍ସବକୁ ପାଳନ କରିବା ପାଇଁ ସେ ସମସ୍ତଙ୍କୁ ଅନୁରୋଧ କରିଛନ୍ତି । ବାଣ ଫୁଟାରୁ ହେଉଥିବା ପ୍ରଦୂଷଣ ଯୋଗୁଁ କୋଭିଡ ସଂକ୍ରମଣ ଅଧିକ ବ୍ୟାପିବାର ଆଶଙ୍କା ରହିଛି ।

Leave A Reply

Your email address will not be published.