Latest Odisha News

BREAKING NEWS

ରାଜଧାନୀ ଏକ୍ସପ୍ରେସରେ ସିଟିଆଇଙ୍କ ମହତ କାର୍ଯ୍ୟ; ଯାତ୍ରୀଙ୍କୁ ଫେରାଇଲେ ଜ୍ୟାକେଟ ସହ ୯୨ ହଜାର ଟଙ୍କା !

ଭୁବନେଶ୍ୱର: ରାଜଧାନୀ ଏକ୍ସପ୍ରେସରେ ଜନୈକ ଯାତ୍ରୀ ଛାଡ଼ିଯାଇଥିବା ଏକ ଜ୍ୟାକେଟ୍ ଓ ସେଥିରେ ଥିବା ନଗଦ ୯୨ ହଜାର ଟଙ୍କା ଫେରିପାଇଛନ୍ତି । ଏତେ ପରିମାଣର ନଗଦ ଟଙ୍କା ଓ ଜ୍ୟାକଟଟିକୁ ଫେରାଇ ବହୁ ମହଲରେ ପ୍ରଶଂସିତ ହୋଇଛନ୍ତି ମୁଖ୍ୟ ଟିକେଟ ଇନିସପେକ୍ଟର (ସିଟିଆଇ) ଏସ କେ ବେହେରା ।

ମିଳିଥିବା ସୂଚନାନୁଯାୟୀ, ଦିଲ୍ଲୀଗାମୀ ବିନୟ ଜୟସ୍ୱାଲ ନାମକ ଜଣେ ଯାତ୍ରୀ ତାଙ୍କର ଏକ ଜ୍ୟାକେଟକୁ ଓହ୍ଲାଇବା ବେଳେ ରାଜଧାନୀ ଏକ୍ସପ୍ରେସରେ ଭୁଲବଶତଃ ଛାଡ଼ିଦେଇଥିଲେ । ଯେଉଁ ଜ୍ୟାକେଟରେ ରହିଥିଲା ନଗଦ ୯୨ ହଜାର ଟଙ୍କା ଏବଂ ତା’ସହିତ ଏକ ପାସପୋର୍ଟ ।

ରାଜଧାନୀ ଏକ୍ସପ୍ରେସର ବଗି ନଂ ୧ରେ ଜଣେ ଆଟେଣ୍ଡାଣ୍ଟ୍ ଏହାକୁ ପାଇ ଟ୍ରେନ ସୁପରିନଟେଣ୍ଡେଣ୍ଟକୁ ଦେଇଥିଲେ । ସେ ପର୍ଯ୍ୟନ୍ତ ସେହି ଜ୍ୟାକେଟରେ କ’ଣ ରହିଛି କେହି ଦେଖିନଥିଲେ । ଶ୍ରୀ ବେହେରା ଯିଏକି ଭୁବନେଶ୍ୱରରେ ପୋଷ୍ଟିଂ ହୋଇଛି ସେ ଏହି ଜ୍ୟାକେଟରେ ଏତେ ପରିମାଣର ଟଙ୍କା ଥିବାର ଦେଖି ତାହାକୁ ସେହି ଯାତ୍ରୀଙ୍କୁ ଫେରସ୍ତ କରିବାକୁ ଉଦ୍ୟମ କରିଥିଲେ । ସୌଭାଗ୍ୟବଶତଃ ଜ୍ୟାକେଟରେ ଯାତ୍ରୀ ଜଣକ ଏକ କଷ୍ଟମର୍ ଫିଡ଼ବ୍ୟାକ ରଖିଥିଲେ ଯେଉଁଥିରେ ତାଙ୍କର ମୋବାଇଲ୍ ନମ୍ବର ରହିଥିଲା ।

ଶ୍ରୀ ବେହେରା ଯାତ୍ରୀଙ୍କୁ ଫୋନ କରି ତାହାକୁ କାନପୁର ଷ୍ଟେସନରେ ଥିବା ଏକ ସମ୍ପର୍କୀୟଙ୍କୁ ଫେରାଇଥିଲେ ।

ସିଟିଆଇଙ୍କ ଏହି ମାନବୀୟତାକୁ ବହୁ ମହଲରେ ଉଚ୍ଚ ପ୍ରଶଂସା କରାଯାଇଛି ।

Leave A Reply

Your email address will not be published.