Latest Odisha News

BREAKING NEWS

‘ବିଗ୍ ବସ୍ ଓଟିଟି ସିଜନ୍ ୨’ରେ ନଜର ଆସିବେ ନାହିଁ ସୁସ୍ମିତାଙ୍କ ଭାଇ, କାରଣ କ’ଣ ଜଣାଇଲେ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ସୁସ୍ମିତା ସେନଙ୍କ ଭାଇ ରାଜୀବ ସେନ ଆଜିକାଲି ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଖୁବ୍ ଚର୍ଚ୍ଚାରେ ଅଛନ୍ତି । ସେ ‘ବିଗ୍ ବସ୍ ଓଟିଟି ସିଜନ୍ ୨’ରେ ନଜର ଆସିବେ ବୋଲି ଚର୍ଚ୍ଚା ଜୋର ଧରିଥିଲା । ହେଲେ ସେ ଏହି ଶୋ କରିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି । ‘ବିଗ୍ ବସ୍ ଓଟିଟି’ ବେଶ୍ ଲୋକପ୍ରିୟ ହୋଇପାରିଛି । ଏହାର ସଫଳତା ପରେ ଏବେ ‘ବିଗ୍ ବସ୍ ଓଟିଟି ସିଜନ୍ ୨’ ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି । ସୋସିଆଲ ମିଡିଆରେ ମଧ୍ୟ ପ୍ରତିଯୋଗୀମାନଙ୍କ ନାମ ବିଷୟରେ ଉପଭୋକ୍ତାମାନେ କ୍ରମାଗତ ଭାବରେ କଳ୍ପନା କରୁଛନ୍ତି । ଯଦିଓ ପ୍ରତିଯୋଗୀଙ୍କ ନାମ ଏପର୍ଯ୍ୟନ୍ତ ପ୍ରକାଶ କରାଯାଇ ନାହିଁ ।

ଦୀର୍ଘ ଦିନ ଧରି ‘ବିଗ୍ ବସ୍ ଓଟିଟି ସିଜନ୍ ୨’ରେ ସୁସ୍ମିତା ସେନ୍‌ଙ୍କ ଭାଇ ରାଜୀବଙ୍କ ନାମ ସାମ୍ନାକୁ ଆସୁଥିଲା, କିନ୍ତୁ ଏହି ଗୁଜବକୁ ପ୍ରତ୍ୟାଖ୍ୟାନ କରି ରାଜୀବ ସେନ୍ ପ୍ରକୃତ କଥା କହିଛନ୍ତି । ସେ ତାଙ୍କ ଅଫିସିଆଲ୍ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଏକ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ସେ କହିଛନ୍ତି ଯେ, ସେ ‘ବିଗ୍ ବସ୍ ଓଟିଟି ସିଜନ୍ ୨’ର ଅଂଶ ହେବାକୁ ଚାହୁଁଛନ୍ତି, କିନ୍ତୁ ଗୋଟିଏ କାରଣ ପାଇଁ ସେ ପ୍ରତିଯୋଗୀ ସାଜିବେ ନାହିିଁ । ରାଜୀବ ଏହି ଭିଡିଓ ସେୟାର କରିବା ମାତ୍ରେ ପ୍ରଶଂସକ ନିଶ୍ଚିତ ହୋଇଗଲେ ଯେ ସେ ଏଥିରେ ନଜର ଆସିବେ ନାହିଁ । ତାଙ୍କୁ ଏହି ଶୋରେ ଦେଖିବାକୁ ଚାହୁଁଥିବାରୁ ପ୍ରଶଂସକମାନେ ଏବେ ନିରାଶ ହୋଇଛନ୍ତି ।

ରାଜୀବ ଶୋ’କୁ ମନା କରିବାର କାରଣ ହେଉଛି ତାଙ୍କ ପତ୍ନୀ ଚାରୁ । ଖୁବ୍‌ଶୀଘ୍ର ଚାରୁ ଆସୋପା ଏବଂ ରାଜୀବ ସେନ୍ ଛାଡପତ୍ର କରୁଛନ୍ତି । ଉଭୟ କୋର୍ଟରେ ଛାଡପତ୍ର ପାଇଁ ଆବେଦନ କରିଛନ୍ତି । ୨୦୧୯ ମସିହାରେ ଦୁହେଁ ବିବାହ କରିଥିଲେ ।

Leave A Reply

Your email address will not be published.