Latest Odisha News

BREAKING NEWS

ଲକ୍ଷ୍ନୌ ସମ୍ମୁଖରେ ୧୮୩ ରନର ଟାର୍ଗେଟ ରଖିଲା ମୁମ୍ବାଇ

ଚେନ୍ନାଇ: ଏଠାରେ ବୁଧବାର ଅନୁଷ୍ଠିତ ଏଲିମିନେଟର ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ଇଣ୍ଡିଆନ୍ସ ୧୮୩ ରନର ବିଜୟ ଲକ୍ଷ୍ୟ ଲକ୍ଷ୍ନø ସୁପର ଜ୍ୟାଂଟସ ସମ୍ମୁଖରେ ରଖିଛି । କୌଣସି ଖେଳାଳି ବଡ ସ୍କୋର କରି ନ ଥିଲେ ମଧ୍ୟ ଦଳ ଏକ ଆଭରେଜ ସ୍କୋର କରିବାରେ ସଫଳ ହୋଇଛି । କାମେରୁନ ଗ୍ରୀନ ୪୧, ସୂର୍ଯ୍ୟକୁମାର ଯାଦବ ୩୩, ତିଳକ ବର୍ମା ୨୬, ନେହାଲ ୱାଧେରା ୨୩ ରନ କରିଥିଲେ । ନବୀନ ଉଲ ହକ ଗୋଟିଏ ଓଭରରେ ସୂର୍ଯ୍ୟକୁମାର ଓ ଗ୍ରୀନଙ୍କୁ ଆଉଟ କରିବାରୁ ଲକ୍ଷ୍ନୌ ବଡ ସ୍କୋର କରିପାରି ନ ଥିଲା ।

ନବୀନ ଓ ୟଶ ଠାକୁର ମୁମ୍ବାଇକୁ ବ୍ୟାକଫୁଟକୁ ଠେଲି ଦେଇଥିଲେ । ନବୀନ ୪ଟି ଓ ୟଶ ୩ଟି ୱିକେଟ ଅକ୍ତିଆର କରିଥିଲେ । ଟସ ଜିତି ମୁମ୍ବାଇ ପ୍ରଥମେ ବ୍ୟାଟିଂ ନିଷ୍ପତି ନେଇଥିଲା । ଏହି ମ୍ୟାଚର ବିଜେତା ଦ୍ୱିତୀୟ ପ୍ଲେ ଅଫରେ ଗୁଜରାଟ ଟାଇଟନ୍ସକୁ ଭେଟିବ । ସୂଚନାଯୋଗ୍ୟ, ପ୍ରଥମ ପ୍ଲେ ଅଫରେ ଗୁଜରାଟକୁ ହରାଇ ଚେନ୍ନାଇ ଫାଇନାଲରେ ପ୍ରବେଶ କରିଛି ।

Leave A Reply

Your email address will not be published.