Latest Odisha News

BREAKING NEWS

ରାଜେନ୍ଦ୍ର ମିଶ୍ର ପାଇବେ ‘ଗଙ୍ଗା ଶରଣ ସିଂହ’ ପୁରସ୍କାର

ଭୁବନେଶ୍ୱର : ଭାରତ ସରକାରଙ୍କ କେନ୍ଦ୍ରୀୟ ହିନ୍ଦୀ ସଂସ୍ଥାନ , ଆଗ୍ରା ପକ୍ଷରୁ ୨୦୧୮ ବର୍ଷ ପାଇଁ ହିନ୍ଦୀ ସେବୀ ସମ୍ମାନ ପୁରସ୍କାର ଘୋଷିତ ହୋଇ ଯାଇଛି। ହିନ୍ଦୀ ଭାଷାର ପ୍ରଚାର ପ୍ରସାର ପାଇଁ ଉଲ୍ଲେଖନୀୟ ଅବଦାନ ପାଇଁ ମୟୁରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରର ରାଜେନ୍ଦ୍ର ପ୍ରସାଦ ମିଶ୍ରଙ୍କୁ ଗଙ୍ଗା ଶରଣ ସିଂହ ପୁରସ୍କାରରେ ସମ୍ମାନିତ କରାଯିବ ବୋଲି ସୂଚନା ଦିଆଯାଇଛି। ଏହି ପୁରସ୍କାର ବାବଦରେ ଶ୍ରୀ ମିଶ୍ରଙ୍କୁ, ଏକ ସ୍ୱତନ୍ତ୍ର ଉତ୍ସବରେ ରାଷ୍ଟ୍ରପତି ପାଞ୍ଚ ଲକ୍ଷ ଟଙ୍କା ସହ ମାନପତ୍ର ଓ ଉପଢୌକନ ପ୍ରଦାନ କରିବେ।

୯୭ରୁ ଅଧିକ ଓଡ଼ିଆ ପୁସ୍ତକକୁ ହିନ୍ଦୀରେ ଅନୁବାଦ କରିଥିବା ଶ୍ରୀ ମିଶ୍ର, ନୂଆଦିଲ୍ଲୀସ୍ଥିତ ଜବାହାରଲାଲ ନେହେରୁ ବିଶ୍ୱ ବିଦ୍ୟାଳୟରେ ପ୍ରାଧ୍ୟାପକ ଭାବରେ କାର୍ଯ୍ୟ କରିବା ସହ ଏନଟିପିସିର ମହା ପ୍ରବନ୍ଧକ ଭାବରେ କାର ତୁଲାଇଛନ୍ତି। ଏହା ସହ ବିଶ୍ୱ ହିନ୍ଦୁ ସଚିବାଳୟ ମରିସସ ପକ୍ଷରୁ ପ୍ରକାଶିତ ତ୍ରୈମାସିକ ହିନ୍ଦୀ ପତ୍ରିକା ବିଶ୍ୱ ହିନ୍ଦୀ ସମାଚାର ଓ ବାର୍ଷିକ ପତ୍ରିକା ବିଶ୍ୱ ହିନ୍ଦୀର ସମ୍ପାଦନା ଦାୟିତ୍ୱ ସୂଚାରୁ ରୂପେ ନିର୍ବାହ କରିଛନ୍ତି। ପୂର୍ବରୁ ତାଙ୍କୁ ସାହିତ୍ୟ ଏକାଡେମୀ ହିନ୍ଦୀ ଲେଖକ ସମ୍ମାନ, ସୌହାର୍ଦ୍ଦ୍ୟ ପୁରସ୍କାର, ସଂହତି ପୁରସ୍କାର , ସେତୁବନ୍ଧ ପୁରସ୍କାର , ବଙ୍କିମ ଚନ୍ଦ୍ର ପୁରସ୍କାରରେ ସମ୍ମାନିତ କରାଯାଇଛି।

ରାଜେନ୍ଦ୍ର ମିଶ୍ର ପାଇବେ ‘ଗଙ୍ଗା ଶରଣ ସିଂହ’ ପୁରସ୍କାର

Leave A Reply

Your email address will not be published.