Latest Odisha News

ଚେନ୍ନାଇ ସୁପର କିଙ୍ଗସର ନେଟ ବୋଲର ହେବେ ରାଜେଶ

ଭୁବନେଶ୍ୱର: ଆଗାମୀ ଇଣ୍ଡିଆନ ପ୍ରିମିୟର ଲିଗରେ ଓଡିଶାର ରାଜେଶ ମହାନ୍ତି ଚେନ୍ନାଇ ସୁପର କିଙ୍ଗସ ନେଟ ବୋଲର ହେବେ । ଓଡିଶା କ୍ରିକେଟ ଆସୋସିଏଶନ ପକ୍ଷରୁ ଏ ନେଇ ସୂଚନା ଦିଆଯାଇଛି । ଓସିଏ ଏବଂ ଏମଆରଏଫ ପେସ ଫାଉଣ୍ଡେସନରେ ୨୦ ବର୍ଷୀୟ ଏହି ପେସ ବୋଲର ପ୍ରଶିକ୍ଷଣ ନେଉଛନ୍ତି । ଜୁନିୟର କ୍ରିକେଟରେ ପ୍ରଭାବୀ ପ୍ରଦର୍ଶନ ପରେ ଏବେ ସେ ଓଡିଶା ସିନିୟର ଟିମର ସଦସ୍ୟ ମଧ୍ୟ ଅଛନ୍ତି ।

ଚେନ୍ନାଇରେ ପ୍ରତିଷ୍ଠିତ ଖେଳାଳିଙ୍କ ବିପକ୍ଷରେ ବୋଲିଂ ତାଙ୍କ କ୍ରିକେଟ କ୍ୟାରିୟରକୁ ଠିକ୍ ବାଟରେ ନେବ ବୋଲି ଆଶା କରାଯାଉଛି । ଓସିଏ ସଭାପତି ପଙ୍କଜ ଲୋଚନ ମହାନ୍ତି, ସେକ୍ରେଟାରୀ ସଞ୍ଜୟ ବେହେରା ଏବଂ ଅନ୍ୟ ଅଧିକାରୀମାନେ ଏ ନେଇ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

Comments are closed.