Latest Odisha News

ରଣଜୀ ଟ୍ରଫି: ରାଜେଶଙ୍କ ଘାତକ ବୋଲିଂ, ହିମାଚଳ ପ୍ରଦେଶକୁ ୨୩୮ ରନରେ ହରାଇଲା ଓଡିଶା

କଟକ: ଡ୍ରିମ୍ସ ଗ୍ରାଉଣ୍ଡରେ ଅନୁଷ୍ଠିତ ରଣଜୀ ଟ୍ରଫି ଏଲିଟ ଗ୍ରୁପ ଡିର ଏକ ମ୍ୟାଚରେ ରାଜେଶ ମହାନ୍ତିଙ୍କ ଚମତ୍କାର ବୋଲିଂ ବଳରେ ଓଡିଶା ୨୩୮ ରନରେ ହିମାଚଳ ପ୍ରଦେଶକୁ ପରାସ୍ତ କରିଛି । ପୂର୍ବରୁ ଓଡିଶା ପ୍ରଥମ ଇନିଂସରେ ୧୩୮ ରନର ଜବାବରେ ହିମାଚଳ ପ୍ରଦେଶ ୧୭୬ ରନ ସଂଗ୍ରହ କରିଥିଲା । ପ୍ରଥମ ଇନିଂସରେ ଖରାପ ବ୍ୟାଟିଂ କରିଥିବା ଓଡିଶା ଟିମ କିନ୍ତୁ ଚମତ୍କାର ଢ଼ଙ୍ଗରେ ମ୍ୟାଚକୁ ପ୍ରତ୍ୟାବର୍ତନ କରିଥିଲା । ଉଭୟ ବ୍ୟାଟିଂ ଓ ବୋଲିଂରେ ଦଳ ଶୃଙ୍ଖଳିତ ପ୍ରଦର୍ଶନ କରିଥିଲା । ଦ୍ୱିତୀୟ ଇନିଂସରେ ସନ୍ଦୀପ ପଟ୍ଟନାୟକଙ୍କ ୧୫୦ ରନ , ଅନୁରାଗ ଷଡଙ୍ଗୀଙ୍କ ୭୦ ରନ ବଳରେ ଓଡିଶା ୮ ୱିକେଟ ବିନିମୟରେ ୪୨୫ ରନ କରି ଇନିଂସ ଘୋଷଣା କରିଥିଲା । ସନ୍ଦୀପଙ୍କ ଏହା କ୍ରମାଗତ ଦ୍ୱିତୀୟ ଶତକ । ଜମ୍ମୁ ଏବଂ କଶ୍ମୀର ବିପକ୍ଷରେ ମଧ୍ୟ ସେ ଶତକ ହାସଲ କରିଥିଲେ ।

୩୮୮ ରନର ଲକ୍ଷ୍ୟକୁ ପିଛା କରି ହିମାଚଳ ପ୍ରଦେଶ ୧୪୯ ରନ କରି ଅଲଆଉଟ ହୋଇ ଯାଇଥିଲା । ପ୍ରଶାନ୍ତ ଚୋପ୍ରା ୫୭ ରନ କରିଥିଲେ । ରାଜେଶ ୫ଟି ୱିକେଟ ଅକ୍ତିଆର କରିଥିବା ବେଳେ ବିପ୍ଲବ ସାମନ୍ତରାୟ ୨ଟି ୱିକେଟ ନେଇଥିଲେ । ସନ୍ଦୀପ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ । ଓଡିଶା ୪ଟି ମ୍ୟାଚରୁ ୯ ପଂଏଟ ହାସଲ କରି ୮ଟି ଟିମ ମଧ୍ୟରୁ ଏବେ ୫ମ ସ୍ଥାନରେ ରହିଛି । ଫେବୃୟାରୀ ୨ରୁ ଓଡିଶା ତାର ପରବର୍ତୀ ମୁକାବିଲାରେ ପଣ୍ଡିଚେରୀକୁ ଭେଟିବ ।

Leave A Reply

Your email address will not be published.