Latest Odisha News

ବିବାହ ବନ୍ଧନରେ ଆବଦ୍ଧ ହେବେ ଦୀପ ଗ୍ରେସ ଏକ୍କା

ଭୁବନେଶ୍ୱର: ଓଡିଶାର ମହାନ ହକି ଖେଳାଳି ଦୀପ ଗ୍ରେସ ଏକ୍କା ନିକଟରେ ଆନ୍ତର୍ଜାତୀୟ ହକିରୁ ଅବସର ଘୋଷଣା କରିବା ପ୍ରଶଂସକଙ୍କୁ ନିରାଶ କରିଥିଲା । ତେବେ ଏହା ପଛରେ ଏକ ଖୁସି ଖବର ରହିଥିବା ସୋମବାର ଜଣାପଡିଛି । ଦୀପ ଗ୍ରେସ ଖୁବ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ଫେବୃୟାରୀରେ ଆର୍ମିର ଅନୂପ ଲାକ୍ରାଙ୍କୁ ସେ ବିବାହ କରିବେ । ଜାନୁୟାରୀ ୨୬ରେ ଉଭୟଙ୍କ ନିର୍ବନ୍ଧ ହୋଇଥିଲା । ଦୀପ ଗ୍ରେସ ସୁନ୍ଦରଗଡା ଲୁଲକିଡି ଗ୍ରାମର ଓ ଲାକ୍ରା ଦେଓଗାଁ ଗ୍ରାମର ବାସିନ୍ଦା । ଲାକ୍ରା ମଧ୍ୟ ଜାତୀୟସ୍ତରର କେତେକ ମ୍ୟାଚରେ ଖେଳିଛନ୍ତି । ସେ ଜଣେ ଭଲ ହକି ଖେଳାଳି ହୋଇଥିଲେ ମଧ୍ୟ ଏତେଟା ସଫଳ ହୋଇପାରି ନ ଥିଲେ ।

ଏକ୍କା ଏବେ ଇଷ୍ଟ କୋଷ୍ଟ ରେଲୱେରେ ଚାକିରୀ କରୁଛନ୍ତି । ସେ ଭାରତ ପକ୍ଷରୁ ୨୦୧୧ରୁ ୨୦୨୩ ମଧ୍ୟରେ ୨୬୮ ମ୍ୟାଚରେ ପ୍ରତିନିଧିତ୍ୱ କରିଛନ୍ତି । ଜାନୁୟାରୀ ୨୭ରେ ସେ ଅବସର ଘୋଷଣା କରିଥିଲେ । ୧୩ ବର୍ଷ ବୟସରୁ ସେ ରାଜ୍ୟସ୍ତରୀୟ ହକି ଖେଳିବା ଆରମ୍ଭ କରିଥିଲେ । ୨୦୧୧ରେ ଜାତୀୟ କ୍ରୀଡା ଏବଂ ଜୁନିୟର ଏସିଆ କପରେ ଅଂଶଗ୍ରହଣ କରିଥିଲେ । ୨୦୨୨ରେ ଏହି ୩୦ ବର୍ଷୀୟ ଖେଳାଳିଙ୍କୁ ଅର୍ଜୁନ ପୁରସ୍କାରରେ ସମ୍ମାନୀତ କରାଯାଇଥିଲା ।

Leave A Reply

Your email address will not be published.