Latest Odisha News

BREAKING NEWS

କରୋନା ମୁକାବିଲା: ସିଏମ୍ ରିଲିଫ ଫଣ୍ଡ୍‌କୁ ୫୦ ଲକ୍ଷ ଟଙ୍କା ଦେଲେ ସୁପର୍‌ଷ୍ଟାର୍‌ ରଜନୀକାନ୍ତ

ମୁମ୍ବାଇ: କୋଭିଡ୍‌ ରୋଗୀଙ୍କ ଲାଗି ସହାୟତାର ହାତ ବଢାଇଲେ ସୁପରଷ୍ଟାର ରଜନୀକାନ୍ତ। ଏ ନେଇ ସୋମବାର ସେ ଚେନ୍ନାଇରେ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନଙ୍କୁ ଭେଟିଥିଲେ।

ଦେଶ କରୋନାଭାଇରସର ଦ୍ୱିତୀୟ ତରଙ୍ଗ ସହ ମୁକାବିଲା କରୁଥିବା ବେଳେ ସୁପରଷ୍ଟାର୍‌ ରଜନୀକାନ୍ତ ସିଏମ୍‌ ରିଲିଫ ଫଣ୍ଡ୍‌କୁ ୫୦ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି।

ରଜନୀକାନ୍ତ ସୋମବାର ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନଙ୍କୁ ଭେଟି କୋଭିଡ-୧୯ ବିରୋଧରେ ଲଢିବା ଲାଗି ୫୦ ଲକ୍ଷ ଟଙ୍କା ଦାନ କରିଛନ୍ତି। ‌ରଜନୀକାନ୍ତଙ୍କ ସମେତ ଅନ୍ୟ ତାମିଲ୍‌ ସେଲିବ୍ରିଟି ମଧ୍ୟ କରୋନା ମୁକାବିଲା ପାଇଁ ସିଏମ ରିଲିଫ ପାଣ୍ଠିକୁ ଦାନ କରିଛନ୍ତି।

Comments are closed.