Latest Odisha News

BREAKING NEWS

ରଜନୀକାନ୍ତଙ୍କ ଆଗାମୀ ଫିଲ୍ମର ନାମ ଜେଲର, ପ୍ରଶଂସକ ଉତ୍ସାହିତ

ମାଡ୍ରାସ: ଭାରତୀୟ ଫିଲ୍ମ ଦୁନିଆର ଲୋକପ୍ରିୟ ହୀରୋ ରଜନୀକାନ୍ତଙ୍କ ଆଗାମୀ ଫିଲ୍ମର ନାମ ଆଜି ଘୋଷଣା କରାଯାଇଛି । ଏହାର ନାମ ଜେଲର ରଖାଯାଇଛି । ପୋଷ୍ଟରରେ ଏକ ରକ୍ତ ଭିଜା ଛୁରୀ ଦେଖିବାକୁ ମିଳିଛି । ପୂର୍ବରୁ ନେଲସନ ଦିଲୀପ କୁମାର ନିର୍ଦ୍ଦେଶିତ ଏହି ଫିଲ୍ମର ନାମ ଥାଲାଇଭା ୧୬୯ ରଖା ଯାଇଥିଲା । ନେଲସନ ଓ ରଜନୀକାନ୍ତ ଯୋଡି ବକ୍ସ ଅଫିସରେ କଣ କମାଲ କରୁଛି ତାହା ଦେଖିବା କଥା । ନିକଟରେ ବିଜୟଙ୍କ ସହ ନେଲସନଙ୍କ ବିଷ୍ଟ ବକ୍ସ ଅଫିସରେ ବେଶ କମାଲ କରିଥିଲା । ରଜନୀକାନ୍ତଙ୍କ ଶେଷ ଫିଲ୍ମ ଅନ୍ନାଥ୍ୟେ ମଧ୍ୟ ବକ୍ସ ଅଫିସରେ ଭଲ ବ୍ୟବସାୟ କରିଥିଲା ।

ଜେଲର ଫିଲ୍ମର ନାମ ଘୋଷଣା ପରେ ରଜନୀକାନ୍ତଙ୍କ ପ୍ରଶଂସକମାନେ ଏବେଠାରୁ ବ୍ୟଗ୍ର ହୋଇ ପଡିଛନ୍ତି । ନେଲସନଙ୍କ ଏହି ଫିଲ୍ମରେ ରଜନୀକାନ୍ତ ଆକ୍ସନ ଭୂମିକାରେ ଅବତୀର୍ଣ୍ଣ ହେବେ ବୋଲି ଅନୁମାନ କରାଯାଉଛି । ନେଲସନ ମଧ୍ୟ ରଜନୀସାରଙ୍କ ସହ ଫିଲ୍ମ କରିବା ମାନେ ସଫଳତାର ଶତ ପ୍ରତିଶତ ଗ୍ୟାରେଂଟି ବୋଲି କହିଛନ୍ତି ।

Leave A Reply

Your email address will not be published.