Latest Odisha News

BREAKING NEWS

ଫଡନାଭିସଙ୍କ ମିଶନ 45, ଶିବସେନାକୁ ଟକ୍କର ଦେବ ବିଜେପି!

ମୁମ୍ବାଇ:  ମହାରାଷ୍ଟ୍ରରେ ବିଜେପି ଠିଆ ହେବ ନିଜ ଗୋଡରେ । ସେଥିପାଇଁ ରାତିଦିନ ପରିଶ୍ରମ କରୁଛି ବିଜେପି ।  ନିଜ ଗୋଡ଼ରେ ଠିଆ ହେବା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି ଫଡନାଭିସ । ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଆଗାମୀ 2024 ନିର୍ବାଚନ ପାଇଁ ମିଶନ 45 ଲକ୍ଷ୍ୟ ରଖିଥିବା କହିଛନ୍ତି । ଏଥିପାଇଁ ରଣନୀତି ଚାଲିଛି ଏବଂ ବିଜେପି ଲକ୍ଷ୍ୟରେ ପହଁଚିବ ବୋଲି ଫଡନଭିସ କହିଛନ୍ତି ।

ଏଠାରେ ଆମେ କହିବାକୁ ଚାହୁଁଛୁ ଯେ ମିଶନ 45 ମାନେ ହେଉଛି  ସିଧାସଳଖ ଶିବସେନାକୁ ଟକ୍କର ଦେବ ବିଜେପି । ଗତ ନିର୍ବାଚନରେ ବିଜେପି ଏବଂ ଶିବସେନା ମେଂଟ କରି ଲୋକସଭା ନିର୍ବାଚନ ଲଢ଼ିଥିଲେ । ଏଥର କିନ୍ତୁ ବିଜେପି ଏକା ନିର୍ବାଚନ ଲଢ଼ିବ ଏବଂ ଶିବସେନାର ଆସନ ଛଡ଼ାଇ ଆଣିବ ବୋଲି କହିଛନ୍ତି ଫଡନାଭିସ ।

2024 ଲୋକସଭା ନିର୍ବାଚନ ପାଇଁ ମହାରାଷ୍ଟ୍ରରେ  ଯୋଜନା କରିଛି ବିଜେପି ।  ଏଥର ପାର୍ଟି ତାର ପୁରୁଣା ସହଯୋଗୀ ଶିବସେନାର ଆସନକୁ ଘେରିବାକୁ କାମ ଆରମ୍ଭ କରିଦେଇଛି । ଏହି ପରିପ୍ରେକ୍ଷୀରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ସମେତ ଦଳର ବରିଷ୍ଠ ନେତାମାନେ ଘନ ଘନ ବୈଠକ କରୁଛନ୍ତି । ଆଉ ଏହାର ନାମ ‘ମିଶନ୍ 45’ ରଖିଛି ବିଜେପି ।

କଥା ହେଉଛି ଯେଉଁ 16 ଟି ଲୋକସଭା ଆସନରେ ଶିବସେନା ଜିତିଥିଲା ତାହାକୁ ଜିତିବାକୁ ବିଜେପି ଏବେ ସଂଗଠନ, କାର୍ଯ୍ୟକର୍ତ୍ତାଙ୍କ ଉପରେ ଦାୟିତ୍ବ ଦେବା ଆରମ୍ଭ କରିଛି ।

2019 ମସିହାରେ ବିଜେପି ଏବଂ ଶିବସେନା ମେଣ୍ଟ କରିଥିଲେ ।  ଉଭୟ ଦଳ ରାଜ୍ୟର 48 ଟି ସିଟ୍ ମଧ୍ୟରୁ 41 ଟି ଜିତିଥିଲେ। ବିଜେପି 25 ଟି ସିଟ ରୁ  23 ରେ ବିଜୟ ହାସଲ କରିଥିବା ବେଳେ  ଶିବସେନା 23 ଟି ସିଟ୍ ମଧ୍ୟରୁ 18 ଟି ଜିତିଥିଲେ। ତେବେ ଶିବସେନା ଜିତିଥିବା ଆସନରେ ବିଜେପିର ଖାସ ଭୋଟ ରହିଛି । ଯେଉଁଥିପାଇଁ ବିଜେପି ଏହି ଆସନଗୁଡ଼ିକ ଜିତିବା ପାଇଁ ଏବେଠୁ ରଣନୀତି ଆରମ୍ଭ କରିଛି । ଏଠାରେ ସୂଚନାଯୋଗ୍ୟ  ବୁଲଡାନା, ହିଙ୍ଗୋଲି, ୟାଭାଟମାଲ-ୱାସିମ, ପାରବାନୀ, ମୁମ୍ବାଇ ସାଉଥ, ମୁମ୍ବାଇ ସାଉଥ ସେଣ୍ଟ୍ରାଲ, ଉତ୍ତର ପଶ୍ଚିମ ମୁମ୍ବାଇ, କଲ୍ୟାଣ, ଓସମାନାବାଦ, ହାଟକାନଙ୍ଗଲେ, ରାମଟେକ ଭଳି ଆସନ ଉପରେ ଦଳର ଆଖି ରହିଛି।

ଫଡନାଭିସ୍ କହିଛନ୍ତି, “ଆମେ ସେହି କ୍ଷେତ୍ର ଉପରେ ଧ୍ୟାନ ଦେଉଛୁ ଯେଉଁଠାରେ ଆମେ ଜିତିବୁ । ଯେଉଁଠି ଆମର ଭୋଟ ଅଛି , ସଂଗଠନ ଅଛି ।  ଆମେ 16 ଟି ନିର୍ବାଚନମଣ୍ଡଳୀ ଚୟନ କରିଛୁ ଏବଂ ଅନ୍ୟ 8 ଟି ନିର୍ବାଚନମଣ୍ଡଳୀ ଉପରେ ମଧ୍ୟ ଧ୍ୟାନ ଦେବୁ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.