Latest Odisha News

BREAKING NEWS

ଜେଲ୍ ଭିତରେ ରାଜୀବ ଗାନ୍ଧୀଙ୍କ ହତ୍ୟାକାରିଣୀଙ୍କ ଆତ୍ମହତ୍ୟା ଉଦ୍ୟମ

ନୂଆଦିଲ୍ଲୀ: ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟାକାଣ୍ଡ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଅଭିଯୁକ୍ତ ନଳିନୀ ଶ୍ରୀହରଣ ଜଲ୍ ଭିତରେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ।

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ନଳିନୀ ଭେଲ୍ଲୋର ଜେଲରେ ଆଜୀବନ ସଜ୍ଜା କାଟୁଥିବା ବେଳେ ଗତକାଲି ସେ ଆତ୍ମହତ୍ୟା ଉଦ୍ୟମ କରିଥିଲେ ।

ତାଙ୍କ ଓକିଲ ପୁଗଲେନ୍ଥିଙ୍କ ସୂଚନା ଅନୁଯାୟୀ ଗତ ୨୯ ବର୍ଷ ଧରି ଜେଲ ଭିତରେ ଦିନ କାଟୁଥିବା ନଳିନୀ ପ୍ରଥମ ଥର ପାଇଁ ଏପରି କରିଛନ୍ତି । ଜେଲ୍ ଭିତରେ କୌଣସି କାରଣବଶତଃ ଅନ୍ତେବାସୀଙ୍କ ସହ ତାଙ୍କର ଝଗଡା ହୋଇଥିଲା । ପରେ ସେ ଆତ୍ମହତ୍ୟା ଉଦ୍ୟମ କରିଥିଲେ ବୋଲି ସୁତ୍ରରୁ ପ୍ରକାଶ ।

ସୂଚନାଯୋଗ୍ୟ, ୧୯୯୧ ମସିହା ମେ ୨୧ ତାରିଖରେ ତାମିଲନାଡୁରେ ହେଉଥିବା ଏକ ନର୍ବାଚନୀ ର୍ୟାଲି ବେଳେ ନଳିନୀଙ୍କ ସମେତ ପ୍ରାୟ ୭ ଜଣ ମିଶି ରାଜୀବ ଗାନ୍ଧୀଙ୍କୁ ହତ୍ୟା କରିଥିଲେ । ଏହି ହତ୍ୟାକାଣ୍ଡ ମାମଲାରେ ନଳିନୀଙ୍କ ସ୍ୱାମୀ ମୁରଗନ୍ ସାମିଲ ଥିଲେ ।

Leave A Reply

Your email address will not be published.