Latest Odisha News

BREAKING NEWS

ୟୁଏଇରେ ଆୟୋଜିତ ହେବ ଆଇପିଏଲ !

ମୁମ୍ବାଇ:ଆଇସିସି ଟି୨୦ ବିଶ୍ୱକପ ୨୦୨୧କୁ ଘୁଂଚାଇଦେବା ଫଳରେ ଆଇପିଏଲ ସମ୍ଭାବନା ଆଶା ଉଜ୍ଜୀବୀତ ହୋଇଛି । ଆଇପିଏଲ ଚେୟାରମ୍ୟାନ ବ୍ରିଜେଶ ପଟେଲ କହିଛନ୍ତି ଖୁବ୍‌ଶୀଘ୍ର ଅନୁମତି ପାଇଁ ସରକାରଙ୍କ ସହ ବୋର୍ଡ କଥା ହେବ । ୧୦ ଦିନ ପରେ ଆଇପିଏଲ ଗଭର୍ଣ୍ଣିଂ କାଉନସିଲ ବୈଠକ ବସିବ ଏବଂ ଏହାପରେ ଚୂଡାନ୍ତ କାର୍ଯ୍ୟସୂଚୀ ପ୍ରସ୍ତୁତ ହେବ ବୋଲି ସେ କହିଛନ୍ତି । ୟୁଏଇରେ ଏହି ଟୁର୍ଣ୍ଣାମେଂଟ ଆୟୋଜନ ହେବା ସମ୍ଭାବନା ଅଧିକ ରହିଛି ।

ଲିଗ୍‌ରେ ପୂର୍ବଭଳି ୬୦ ମ୍ୟାଚ କରାଯିବା ନେଇ ଯୋଜନା ଚାଲିଛି । ରିପୋର୍ଟ ମୁତାବକ ବ୍ରଡକାଷ୍ଟର ଷ୍ଟାର ସ୍ପୋର୍ଟ୍ସ ଭର୍ଚୁଆଲ କମେଂଟ୍ରି ପାଇଁ ଯୋଜନା ପ୍ରସ୍ତୁତ କରିଛି । ପ୍ରତ୍ୟେକ ଟିମ୍ ବିସିସିଆଇ ଦ୍ୱାରା ଜାରି ଷ୍ଟାଣ୍ଡାର୍ଡ ଅପେରେଟିଂ ପ୍ରୋସିଜର ପାଳନ କରିବେ ।

Leave A Reply

Your email address will not be published.