Latest Odisha News

BREAKING NEWS

୧୯୮୬ରେ ବାବ୍ରି ମସିଜିଦ୍ ତାଲା ଖୋଲାଯିବା ସମ୍ପର୍କରେ ଜାଣିନଥିଲେ ରାଜୀବ ଗାନ୍ଧୀ!

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ଉତ୍ତର ପ୍ରଦେଶର ଅଯୋଧ୍ୟା ସ୍ଥିତ ବାବ୍ରୀ ମସଜିଦ୍ ର ତାଲା ୧୯୮୬ରେ ଖୋଲାଯିବା ନେଇ ତତ୍କାଳୀନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କୁ ଜଣାନଥିଲା । ଏନେଇ ତାଙ୍କର ଜଣେ ଘନିଷ୍ଠ ବନ୍ଧୁ ୱାଜହତ ହବିବୁଲ୍ଲାଙ୍କ ଦ୍ୱାରା ଲିଖିତ ପୁସ୍ତକରୁ ଜଣାପଡିଛି।

ଯିଏକି ତତ୍କାଳୀନ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅଧିକାରୀ ରହିଥିଲେ । ଜମ୍ମୁ-କାଶ୍ମୀର କ୍ୟାଡରର ଏହି ପୂର୍ବତନ ଆଇଏଏସ୍ ଅଧିକାରୀ ଜଣକ ହବିବୁଲ୍ଲା ଡୁନ୍ ସ୍କୁଲରେ ରାଜୀବଙ୍କ ଜୁନିଅର ଥିଲେ । ତାଙ୍କ ରଚିତ ‘ମାଇଁ ଇଅର୍ସ ୱିଥ୍ ରାଜୀବ ଗାନ୍ଧୀ ଟ୍ରାଇମ୍ଫ ଆଣ୍ଡ ଟ୍ରାଜେଡି’ରେ ସେ ଏପରି ଦାବି କରିଛନ୍ତି ।

ବାବ୍ରି ଢାଞ୍ଚା ଖୋଲିବା ନେଇ ରାଜୀବ ଅବଗତ ଥିଲେ କି ନାହିଁ ପ୍ରଶ୍ନର ଉତ୍ତରରେ ରାଜୀବ କହିଥିଲେ ଯେ କୌଣସି ଧାର୍ମିକ ସ୍ଥଳ ପରିଚାଳନା ନିଷ୍ପତ୍ତିରେ ହସ୍ତକ୍ଷେପ କରିବାରେ କୌଣସି ସରକାରଙ୍କ ଭୂମିକା ନାହିଁ । ଘଟଣା ସମ୍ପର୍କରେ ବିଲକୁଲ୍ ଜାଣିନଥିବା ଶ୍ରୀ ଗାନ୍ଧୀ ଉତ୍ତରପ୍ରଦେଶର ତତ୍କାଳୀନ ମୁଖ୍ୟମନ୍ତ୍ରୀ ବୀର ବାହାଦୂର ସିଂହଙ୍କୁ କୈଫିୟତ ତଲବ କରିବେ କହିଥିଲେ ।

ସୁତ୍ରରୁ ପ୍ରକାଶ ଯେ ହବିବୁଲ୍ଲାହଙ୍କ ପୁସ୍ତକ ୱେଷ୍ଟଲାଣ୍ଡ ପବ୍ଲିକେସନ ଦ୍ୱାରା ପ୍ରକାଶିତ ହୋଇଛି । ଯାହା ଚଳିତ ବର୍ଷ ଅକ୍ଟୋବର ମାସରେ ମାର୍କେଟକୁ ଆସିବ ।

୧୯୪୪ ମସିହା ଅଗଷ୍ଟ ୨୦ରେ ଜନ୍ମଗ୍ରହଣ କରିଥିଲେ ରାଜୀବ ଗାନ୍ଧୀ । ଯିଏକି ଖୁବ୍ କମ୍ ବୟସରେ ଦେଶର ପ୍ରଧାନମନ୍ତ୍ରୀ ହୋଇ ପାରିଥିଲେ ।

Leave A Reply

Your email address will not be published.