Latest Odisha News

BREAKING NEWS

ଆଜି ବାହା ହେବେ ବଲିଉଡ୍‌ ଲଭବର୍ଡସ୍ ରାଜକୁମାର ଓ ପତ୍ରଲେଖା

ନୂଆଦିଲ୍ଲୀ: ବଲିଉଡ୍‌ ଲଭବର୍ଡସ୍ ରାଜକୁମାର ରାଓ ଏବଂ ପତ୍ରଲେଖାଙ୍କର ଆଜି ନଭେମ୍ବର ୧୫ ରେ ଚଣ୍ଡିଗଡ଼ରେ ବିବାହ ବନ୍ଧନରେ ଆବଦ୍ଧ ହେବେ। ଏହି ସମାରୋହରେ ଘନିଷ୍ଠ ପରିବାର ସଦସ୍ୟ ଏବଂ ବନ୍ଧୁମାନେ ଯୋଗଦେବେ।

ନଭେମ୍ବର ୧୩ ରେ ଦମ୍ପତିଙ୍କର ନିର୍ବନ୍ଧ ହୋଇଥିଲା। ବର୍ତ୍ତମାନ, ସେମାନଙ୍କର ବିବାହ ନିମନ୍ତ୍ରଣ କାର୍ଡ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ସେମାନଙ୍କର ବିବାହର ତାରିଖ ଏବଂ ସ୍ଥାନ ବିଷୟରେ ପ୍ରକାଶ କରାଯାଇଛି।

ଆଜି ସେମାନଙ୍କ ଗ୍ରାଣ୍ଡ୍‌ ମ୍ୟାରେଜ ସେରିମୋନି ଅନୁଷ୍ଠିତ ହେବ। ପୂର୍ବରୁ ଏକ ଫ୍ୟାନ୍ ପେଜ୍ ଟ୍ୱିଟର ବିବାହ ନିମନ୍ତ୍ରଣ କାର୍ଡ ସେୟାର କରିଛି ଯାହା ବର୍ତ୍ତମାନ ଭାଇରାଲ ହେଉଛି।

Leave A Reply

Your email address will not be published.