Latest Odisha News

BREAKING NEWS

ପରଲୋକରେ ପଦ୍ମବିଭୂଷଣ ବାବାସାହେବ ପୁରନ୍ଦରେ

ପୁଣେ: ପରଲୋକରେ ପଦ୍ମବିଭୂଷଣ ବାବାସାହେବ ପୁରନ୍ଦରେ । ମହାନ ଐତିହାସିକ ତଥା ଲେଖକ ବାବାସାହେବ ପୁରନ୍ଦରେଙ୍କ ଆଜି ଦେହାନ୍ତ ହୋଇଛି । ଭୋର୍ ୫ଟା ୭ ମିନିଟରେ ପୁଣେ ସ୍ଥିତ ଦୀନନାଥ ମଙ୍ଗେସକର ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୯୯ ବର୍ଷ ହୋଇଥିଲା । ତାଙ୍କୁ ଲାଇଫ ସପୋର୍ଟରେ ରଖାଯାଇଥିଲା ।

ଆଜି ପୁଣେର ବୈକୁଣ୍ଠ ଶ୍ମଶାନରେ ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ୟାଦା ସହ ତାଙ୍କର ଶେଷ କୃତ୍ୟ ସମ୍ପନ୍ନ କରାଯିବ । ଶନିବାର ବାଥରୁମରେ ପଡ଼ିଯିବା ପରେ ତାଙ୍କୁ ଇଣ୍ଟେନସିଭ୍ କେୟାର ୟୁନିଟରେ ଭର୍ତ୍ତି କରାଯାଇଥିଲା । ତାଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଟ୍ୱିଟ୍ କରି ଶୋକବ୍ୟକ୍ତି କରିଛନ୍ତି ।

ବାବାସାହେବ ପୁରନ୍ଦରେ ଥିଲେ ଜଣେ ଖ୍ୟାତିସମ୍ପନ୍ନ ଲେଖକ, ଐତିହାସିକ ଓଥିଏଟର୍‌ ବ୍ୟକ୍ତିତ୍ୱ । ଛତ୍ରପତି ଶିବାଜୀ ମହାରାଜଙ୍କ ଉପରେ ପର୍ୟ୍ୟବେଷିତ କାର୍ଯ୍ୟ ପାଇଁ ତାଙ୍କୁ ପ୍ରସିଦ୍ଧି ମିଳିଥିଲା । ସେ ଶିବାଜୀ, ତାଙ୍କ ଶାସନ ଓ ସେତେବେଳର ଦୁର୍ଗଗୁଡ଼ିକ ବିଷୟରେ କେତେଗୁଡ଼ିଏ ପୁସ୍ତକ ରଚନା କରିଛନ୍ତି ।

ଛତ୍ରପତି ଶିବାଜୀଙ୍କ ଉପରେ ଆଧାରିତ ନାଟକ ‘ଜାଣତା ରାଜା’ର ସେ ନିର୍ଦ୍ଦେଶନା ବି ଦେଇଥିଲେ । ୨୦୧୫ରେ ବାବାସାହେବ ପୁରନ୍ଦରେଙ୍କୁ ମହାରାଷ୍ଟ୍ର ସରକାରଙ୍କ ପକ୍ଷରୁ ‘ମହାରାଷ୍ଟ୍ର ଭୂଷଣ ସମ୍ମାନ’ ପ୍ରଦାନ କରାଯାଇଥିଲା । ୨୦୧୯ରେ ଦେଶର ଦ୍ୱିତୀୟ ସର୍ବୋଚ୍ଚ ବେସାମରିକ ସମ୍ମାନ ପଦ୍ମ ବିଭୂଷଣରେ ସମ୍ମାନିତ ହୋଇଥିଲେ ବାବାସାହେବ ପୁରନ୍ଦରେ ।

Leave A Reply

Your email address will not be published.