Latest Odisha News

ଅଭିନେତା ରାଜକୁମାର ରାଓ ଏବଂ ପତ୍ରଲେଖାଙ୍କ ବିବାହ ପ୍ରସ୍ତୁତି ଆଜିଠୁ ଆରମ୍ଭ!

ମୁମ୍ବାଇ: ବଲିଉଡ ଅଭିନେତା ରାଜକୁମାର ରାଓ ଏବଂ ତାଙ୍କର ଦୀର୍ଘ ଦିନର ଗର୍ଲଫ୍ରେଣ୍ଡ ପତ୍ରଲେଖାଙ୍କ ବିବାହ ଖବର ଏବେ ଚର୍ଚ୍ଚାର ବିଷୟ ପାଲଟିଛି। କେତେକ ରିପୋର୍ଟ ଅନୁଯାୟୀ, ଆଜି ଅର୍ଥାତ୍ ନଭେମ୍ବର ୧୦ ରୁ ନଭେମ୍ବର ୧୨ ପର୍ଯ୍ୟନ୍ତ ରାଜକୁମାର ଏବଂ ପତ୍ରଲେଖା ସେମାନଙ୍କ ବିବାହ କାର୍ଯ୍ୟରେ ବ୍ୟସ୍ତ ରହିବେ। ଏହି ଦମ୍ପତିଙ୍କ ଗୁପ୍ତ ବିବାହ ସ୍ଥାନ ମଧ୍ୟ ସାମ୍ନାକୁ ଆସିଛି।

ଖବର ଅନୁଯାୟୀ ଏହି ଦମ୍ପତି ବିବାହ ପାଇଁ ଚଣ୍ଡିଗଡ଼ରେ ନିଜ ପରିବାର ସହ ପହଞ୍ଚିଥିବା ଜଣାପଡ଼ିଛି। ଏଥିରୁ ସ୍ପଷ୍ଟ ଯେ ଦୁହେଁ ନିଜେ ଚଣ୍ଡିଗଡ଼ରୁ ବିବାହ କରିବାକୁ ଯାଉଛନ୍ତି। ତେବେ ରାଜକୁମାର ଏବଂ ପତ୍ରଲେଖା ଏପର୍ଯ୍ୟନ୍ତ ଏ ସମ୍ପର୍କରେ କୌଣସି ସୂଚନା ଦେଇନାହାଁନ୍ତି।

Comments are closed.