Latest Odisha News

ରାଜ କୁମାରଙ୍କ ନାଁରେ ୩ କୋଟି ଠକେଇ ଯୋଜନା; ଠକାମିରୁ ସତର୍କ ରହିବାକୁ ଚେତାବନୀ ଦେଲେ ରାଜ

ନୂଆଦିଲ୍ଲୀ: ଏକ ନକଲି ଇମେଲ ବିଷୟରେ ବଲିଉଡ ଅଭିନେତା ରାଜକୁମାର ରାଓ ଚେତାବନୀ ଦେଇଛନ୍ତି। ୩ କୋଟି ଟଙ୍କା ଆଦାୟ ପାଇଁ ଅଭିନେତାଙ୍କ ନାମ ବ୍ୟବହାର କରି ଏହି ମେଲ ପଠାଯାଇଛି। ଲୋକଙ୍କୁ ଏ ବିଷୟରେ ସଚେତନ କରାଇ ରାଜକୁମାର ସୋସିଆଲ୍‌ ମିଡିଆରେ ଏହି ମେଲର ସ୍କ୍ରିନସଟ ସେୟାର କରିଛନ୍ତି। ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଏହି ନକଲି ଇମେଲରେ ଅଭିନେତାଙ୍କ ନାମ ବ୍ୟବହାର କରି ଟଙ୍କା ଠକିବାକୁ ଚେଷ୍ଟା କରାଯାଇଛି। ଇମେଲରେ, ‘ହନିମୁନ୍ ପ୍ୟାକେଜ୍’ ନାମକ ଏକ ଚଳଚ୍ଚିତ୍ର ବିଷୟରେ ଅର୍ଜୁନ ନାମକ ଜଣେ ବ୍ୟକ୍ତି ଏବଂ ମ୍ୟାନେଜର ସୌମ୍ୟଙ୍କ ମଧ୍ୟରେ ବାର୍ତ୍ତାଳାପ ବିଷୟରେ ଉଲ୍ଲେଖ କରାଯାଇଛି। ସୋସିଆଲ ମିଡିଆରେ ଅଭିନେତାଙ୍କ ପୋଷ୍ଟ ଭାଇରାଲ ହୋଇଛି।

ରାଜକୁମାର କ୍ୟାପସନରେ ଲେଖିଛନ୍ତି ଯେ, ‘ଦୟାକରି ଏହିପରି ନକଲି ଲୋକଙ୍କ ପ୍ରତି ସାବଧାନ ରୁହନ୍ତୁ। ମୁଁ ସ ସୌମ୍ୟ ନାମକ କୌଣସି ବ୍ୟକ୍ତିଙ୍କୁ ଜାଣେ ନାହିଁ। ଲୋକଙ୍କୁ ଟଙ୍କା ଲାଗି ଠକିବା ପାଇଁ ସେମାନେ ନକଲି ଇମେଲ ଆଡି ଏବଂ ମ୍ୟାନେଜର ବ୍ୟବହାର କରୁଛନ୍ତି।

Comments are closed.