Latest Odisha News

BREAKING NEWS

ଠକାମିର ଶିକାର ହେଲେ ଅଭିନେତା ରାଜ କୁମାର ରାଓ , ଟ୍ୱିଟ କରି କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କଲେ

ମୁମ୍ବାଇ : ବଲିଉଡର ଚର୍ଚ୍ଚିତ ଅଭିନେତା ରାଜ କୁମାର ରାଓ ଠକାମିର ଶିକାର ହୋଇଛନ୍ତି । ପ୍ୟାନ କାର୍ଡର  ଦୁରୁପଯୋଗ କରି କେହି ଦୁବୃର୍ତ୍ତ  ଲୋନ ଉଠାଇ ରାଜ କୁମାର ରାଓଙ୍କୁ ଠକିଛନ୍ତି । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିବା ସହ ସୋସିଆଲ ମିଡିଆରେ ଟ୍ୱିଟ କରି ଜଣାଇଛନ୍ତି ରାଜ କୁମାର ରାଓ ।ଏଥିରେ ରାଜ କୁମାର ରାଓ ଲେଖିଛନ୍ତି ମୋର ପ୍ୟାନ କାର୍ଡ ଦୁରୁପଯୋଗ ହୋଇଛି ।

କେହି ମୋ ପ୍ୟାନ୍ କାର୍ଡରୁ ୨୫୦୦ ଟଙ୍କା ଏକ  ଲୋନ ଉଠାଇ ନେଇଛନ୍ତି ।ଏଭଳି କାମ କରୁଥିବା ଲୋକଙ୍କ ବିରୁଦ୍ଧରେ ଆକ୍ସନ ନେବା ଦାବି କରିଛନ୍ତି ରାଜ କୁମାର ରାଓ । ଏନେଇ କ୍ରେଡିଟ ବ୍ୟୁରୋ ଇନଫରମେସନ ଇଣ୍ଡିଆ ଲିମିଟେଡକୁ ଟ୍ୟାଗ କରି ଏହି ବଷୟ ତର୍ଜମା କରିବା ପାଇଁ ରାଜ କୁମାର କହିଛନ୍ତି । ଏହି କାମ କରିଥିବା ଲୋକ ବିରୁଦ୍ଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରିଛନ୍ତି ରାଜ କୁମାର ରାଓ ।

 

 

Comments are closed.