Latest Odisha News

BREAKING NEWS

ଆର୍ଯ୍ୟନ ଖାଁ ଡ୍ରଗ୍ସ କେସ: ମୂଖ୍ୟ ସାକ୍ଷୀ ପ୍ରଭାକରଙ୍କ ରହସ୍ୟମୟ ଢ଼ଙ୍ଗରେ ମୃତ୍ୟୁ

ମୁମ୍ବାଇ: ବଲିଉଡ ସୁପରଷ୍ଟାର ଶାହାରୁଖ ଖାଁଙ୍କ ପୁତ୍ର ଆର୍ଯ୍ୟନ ଖାଁ ଡ୍ରଗ୍ସ କେସରେ ଆଜି ଏକ ଚାଂଚଲ୍ୟକର ଖବର ସମ୍ମୁଖକୁ ଆସିଛି । ଏହି ଘଟଣାର ମୂଖ୍ୟ ସାକ୍ଷୀ ପ୍ରଭାକର ସେଲଙ୍କ ଆଜି ରହସ୍ୟମୟ ଢ଼ଙ୍ଗରେ ପରଲୋକ ହୋଇଯାଇଛି । ହୃଦଘାତ ଯୋଗୁ ତାଙ୍କ ମୃତ୍ୟୁ ଘଟିଥିବା କୁହା ଯାଉଥିଲେ ମଧ୍ୟ ଏଥିନେଇ ବିଭିନ୍ନ ମହଲରେ ସନ୍ଦେହ ପ୍ରକାଶ ପାଇଛି । ଆର୍ଯ୍ୟନ ଓ ଶାହାରୁଖଙ୍କୁ ପୁନର୍ବାର ୟୁଜର୍ସମାନେ ଟ୍ରୋଲ କରିବା ଆରମ୍ଭ କରିଛନ୍ତି ।

ବିବାଦୀୟ ସମୀକ୍ଷକ କେଆରକେ ମଧ୍ୟ ଟୁଇଟ କରିଛନ୍ତି ଯେ, ଭାରତରେ ଶକ୍ତିଶାଳୀ ଲୋକଙ୍କୁ ଚ୍ୟାଲେଞ୍ଜ ଦେଲେ ଏ ଭଳି ଘଟଣା ଘଟିଥାଏ । ଆର୍ଯ୍ୟନଙ୍କୁ ମୁକୁଳାଇବା ପାଇଁ ଏହା ଏକ ଚାଲ ବୋଲି ଜଣେ ୟୁଜର୍ସ ଲେଖିଛନ୍ତି । ସେହିପରି ଏହା ଏକ ସୁଚିନ୍ତିତ ଷଡଯନ୍ତ୍ର ବୋଲି ଅନ୍ୟ ଜଣେ ଉଲ୍ଲେଖ କରିଛନ୍ତି । ୫ ପ୍ରମୁଖ ସାକ୍ଷୀ ମଧ୍ୟରେ ପ୍ରଭାକରଙ୍କ ବୟାନ ଆର୍ଯ୍ୟନଙ୍କୁ ଅଡୁଆରେ ପକାଉଥିଲା ।

Leave A Reply

Your email address will not be published.