Latest Odisha News

ରିଲିଜ ହେଲା ବହୁ ପ୍ରତୀକ୍ଷିତ ଫିଲ୍ମ ‘୨.୦’

ନୂଆଦିଲ୍ଲୀ : ବହୁ ଦିନର ଅପେକ୍ଷା ପରେ ରଜନୀକାନ୍ତ ଓ ଅକ୍ଷୟ କୁମାରଙ୍କ ଅଭିନିତ ଫିଲ୍ମ ‘୨.୦’ ସିନେମା ହଲରେ ମୁକ୍ତିଲାଭ କରିଛି । ହିନ୍ଦୀ, ତାମିଲ ଓ ତେଲୁଗୁ ଭାଷାରେ ଫିଲ୍ମଟି ରିଲିଜ ହୋଇଛି ।

ଖିଲାଡି କୁମାର ଏହି ‘୨.୦’ ଫିଲ୍ମରେ ଭିଲିଆନ ଲୁକରେ ଅଭିନୟ କରିଥିବାବେଳେ ଏହା ଅକ୍ଷୟଙ୍କର ପ୍ରଥମ ତାମିଲ ଫିଲ୍ମ । ପୂର୍ବରୁ ଫିଲ୍ମର ଟ୍ରେଲରକୁ ନେଇ ଫ୍ୟାନ୍ସଙ୍କ ଖୁବ୍ ଭଲ ରେସପୋନ୍ସ ମିଳିଥିଲା ।


ତାମିଲ ସୁପରଷ୍ଟାର ରଜନୀକାନ୍ତ, ଅକ୍ଷୟ କୁମାର, ଏମି ଜ୍ୟାକସନ୍, ସୁଧାଂଶୁ ପାଣ୍ଡେ, ଅଦିଲ ହୁସୈନ, ରିୟାଜ ଖାନ୍ ଆଦି କଳାକାର ଅଭିନୟ କରିଛନ୍ତି । ଗୀତ ଗୁଡିକୁ ଏ ଆର ରେହେମାନ କମ୍ପୋଜ କରିଥିବା ବେଳେ ଏହି ହାଇ ବଜେଟ୍ ମୁଭି ଏକ ସାଇନ୍ସ ଫିକ୍ସନ ଥ୍ରୀଲର ଫିଲ୍ମ ।

ଏସ ଶଙ୍କରଙ୍କ ନିର୍ଦ୍ଦେଶନାରେ ନିର୍ମିତ ଫିଲ୍ମଟିର ବଜେଟ ୫୪୩ କୋଟି ରହିଥିବା ବେଳେ ସିନେ ସମୀକ୍ଷକଙ୍କ ମତରେ ଏହା ଫିଲ୍ମ ଇଣ୍ଡଷ୍ଟ୍ରିର ସମସ୍ତ ରେକର୍ଡ ଭାଙ୍ଗିବା ସମ୍ଭାବନା ରହିଛି ।

Leave A Reply

Your email address will not be published.