Latest Odisha News

BREAKING NEWS

ସମସ୍ତେ ମିଳିମିଶି କାମ କଲେ ରାଜ୍ୟର ବିକାଶ ହୋଇପାରିବ: ଅପରାଜିତା ଷଡ଼ଙ୍ଗୀ

ଭୁବନେଶ୍ୱର: ବିଜେପିରେ ଯୋଗ ଦେବା ପରେ ଓଡ଼ିଶା ଫେରିଛନ୍ତି ଅପରାଜିତା ଷଡ଼ଙ୍ଗୀ । ଭୁବନେଶ୍ୱର ବିମାନ ବନ୍ଦରରୁ ତାଙ୍କୁ ବିଜେପି ଭୁବନେଶ୍ୱର ଜିଲ୍ଳା ପକ୍ଷରୁ ସ୍ୱାଗତ କରାଯାଇଥିଲା । ଏକ ବାଇକ ରାଲି କରି ତାଙ୍କୁ ଲିଙ୍ଗରାଜ ମନ୍ଦିର ଯାଏଁ ଅଣାଯାଇଥିଲା ।

ଭୁବନେଶ୍ୱରରେ ପହଞ୍ଚିବା ପରେ ଗଣମାଧ୍ୟମକୁ ସୁଚନାଦେଇ ଅପରାଜିତା କହିଛନ୍ତି “୧୧ ବର୍ଷର ଚାକିରି ଛାଡ଼ିକି ଆସିଛି ଲୋକଙ୍କ ସେବା ଓ କାମ କରିବା ପାଇଁ । ଲୋକଙ୍କ ସେବା କରିବା ଲାଗି ରାଜନୀତି ହେଉଛି ସବୁଠାରୁ ବଡ଼ କାନ୍ଭାସ୍ । ମୁଁ ଦଳର ଜଣେ ଶୃଙ୍ଖଳିତ କର୍ମୀଭାବେ କାମ କରିବି । ଜଗନ୍ନାଥଙ୍କ ରଥକୁ ସମସ୍ତେ ଯେମିତି ଟାଣି ନିଅନ୍ତି ସେହିଭଳି ସମସ୍ତେ ମିଳିମିଶି କାମ କଲେ ରାଜ୍ୟର ବିକାଶ ହୋଇପାରିବ” ବୋଲି ଅପରାଜିତା କହିଛନ୍ତି ।

ମୋଦିଙ୍କ ନାରା “ସବ୍କା ସାଥ୍ ସବ୍କା ବିକାଶ” ନାରାକୁ ପୁଣି ଥରେ ଦୋହରାଇଛନ୍ତି ଅପରାଜିତା । ଓଡ଼ିଶାରେ ବ୍ୟୁରୋକ୍ରାଟ୍ ଶାସନ ପ୍ରସଙ୍ଗରେ ଥିବା ପ୍ରଶ୍ନକୁ ଏଡ଼ାଇ ଦେଇଛନ୍ତି ଅପରାଜିତା । ଭୁବନେଶ୍ୱରରୁ ବିକାଶ ପ୍ରସଙ୍ଗକୁ ନେଇ କହିଛନ୍ତି ଆହୁରି ବିକାଶ ହେବାର ଆବଶ୍ୟକତା ରହିଛି ।

ସେ ବିଜେପିରେ ମହିଳା ଆକାଂକ୍ଷୀ ପ୍ରସଙ୍ଗରେ କହିଛନ୍ତି ଦଳ ଲାଗି କାମ କରିବାକୁ ଆସିଛି । ରାଜ୍ୟରେ ଦଳର ନୂଆମୁହଁ ଅପରାଜିତା କି ବୋଲି ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି ସେ ନୂଆ କରି ଦଳରେ ଯୋଗ ଦେଇଛନ୍ତି ଯାହା ନିର୍ଦ୍ଦେଶ ଆସିବ ସେହି ହିସାବରେ କାମ କରିବେ ।

Leave A Reply

Your email address will not be published.