Latest Odisha News

BREAKING NEWS

ରଜୌରୀ ଏନ୍‌କାଉଣ୍ଟର; ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ଆତଙ୍କବାଦୀ ନିହତ

ଶ୍ରୀନଗର: ଜମ୍ମୁ ଓ କଶ୍ମୀରର ରଜୌରୀ ଜିଲ୍ଲା ଖାୱାସ୍ ଅଞ୍ଚଳରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଏନ୍‌କାଉଣ୍ଟର। ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ଆତଙ୍କବାଦୀ ନିହତ। ଏପର୍ଯ୍ୟନ୍ତ ଆତଙ୍କବାଦୀର ପରିଚୟ ସ୍ପଷ୍ଟ ହୋଇପାରିନାହିଁ। ଅନ୍ୟପଟେ ଖାୱାସ୍ ଅଞ୍ଚଳରେ ଜୋରଦାର ଚାଲିଛି ସର୍ଚ୍ଚ ଅପରେସନ।

ବର୍ତ୍ତମାନ ସମଗ୍ର ଅଞ୍ଚଳକୁ ଘେରି ରହି ଅପରେସନ୍ ଜାରି ରଖିଛନ୍ତି ସୁରକ୍ଷାକର୍ମୀ। ଆତଙ୍କବାଦୀଙ୍କ ସହଯୋଗୀମାନେ ମଧ୍ୟ ଉକ୍ତ ଅଞ୍ଚଳରେ ଲୁଚି ରହିଥିବା ସନ୍ଦେହ କରାଯାଉଛି। କୁହାଯାଉଛି ଯେ ଏହି ଆତଙ୍କୀ ଗୋଷ୍ଠୀ ଅନେକ ଦିନ ଧରି ଉକ୍ତ ଅଞ୍ଚଳରେ ଲୁଚି ରହିଥିଲେ। ଏହି ଅପରେସନକୁ ଏଡିଜିପି ଜମ୍ମୁ ମୁକେଶ ସିଂ ନିଶ୍ଚିତ କରିଛନ୍ତି। ସେହିପରି ଅତିରିକ୍ତ ଦଳ ଘଟଣାସ୍ଥଳରେ ପହଞ୍ଚିଛନ୍ତି।

ସୂଚନା ଥାଉକି, କୁଲଗାମ ଜିଲ୍ଲାରେ ଗତକାଲି ଆତଙ୍କବାଦୀଙ୍କ ଗୁଳିରେ ୩ ଯବାନ ସହିଦ ହୋଇଥିଲେ। କୁଲଗାମ ଜିଲ୍ଲାର ଏକ ଜଙ୍ଗଲରେ ଆତଙ୍କବାଦୀମାନେ ଲୁଚି ରହିଥିବା ନେଇ ସୁରକ୍ଷାକର୍ମୀଙ୍କୁ ସୂଚନା ମିଳିଥିଲା। ଏହାପରେ ସେନା ପକ୍ଷରୁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା। ସର୍ଚ୍ଚ ଅପରେସନ ବେଳେ ଆତଙ୍କବାଦୀମାନେ ଅତର୍କିତ ଭାବେ ଗୁଳି ଚାଳନା କରିବାରୁ ସେନା ପକ୍ଷରୁ ପାଲଟା ଗୁଳି ଚାଳନା କରାଯାଇଥିଲା। ଗୁଳି ବିନିମୟ ବେଳେ ୩ ଯବାନ ଗୁରୁତର ହୋଇଥିଲେ।

Leave A Reply

Your email address will not be published.