Latest Odisha News

BREAKING NEWS

୧୪ କୋଟି ନ ଦେଲେ ଜେଲ ଯିବେ ରାଜପାଲ ଯାଦବ

ମୁମ୍ବାଇ: ବଲିଉଡର ଲୋକପ୍ରିୟ କମେଡିଆନ ରାଜପାଲ ଯାଦବ ଅଡୁଆରେ ପଡି ଯାଇଛନ୍ତି । ଚେକ ବାଉନ୍ସ ମାମଲାରେ ତାଙ୍କୁ ୨୯ ଜୁନ ମଧ୍ୟରେ ୧୪ କୋଟି ପୈଠ କରିବାକୁ କୁହାଯାଇଛି । ଯଦି ସେ ଏହା ନ କରନ୍ତି ଜେଲ ମଧ୍ୟ ଯାଇପାରନ୍ତି ବୋଲି ଆଶଙ୍କା ବ୍ୟକ୍ତ କରାଯାଉଛି । ଅଭିଯୋଗକାରୀ ମୂରଲୀ ପ୍ରୋଜେକ୍ଟସ ପ୍ରାଇଭେଟ ଲିମିଟେଡର ନିର୍ଦ୍ଦେଶକ ତଥା ଶିଳ୍ପପତି ମାଧୋଗୋପାଲ ଅଗ୍ରୱାଲଙ୍କ ମତରେ ୨୦୧୦ରେ ରାଜପାଲ ତାଙ୍କଠାରୁ ଅତା ପତା ଲାପତା ଫିଲ୍ମ ପାଇଁ ୫ କୋଟି ଟଙ୍କା ସୁଧରେ ନେଇଥିଲେ । ସେ ଆଜି ପର୍ଯ୍ୟନ୍ତ ଏହା ଶୁଝି ନାହାନ୍ତି । ଏବେ ଏହି ଅର୍ଥ ସୁଧ ସହ ୧୦କୋଟିରେ ପଂହଚିଛି ।

ବାରମ୍ବାର ତାଙ୍କୁ ପଇସା ମାଗିବା ପରେ ସେ ୫ କୋଟିର ଏକ ଚେକ ପ୍ରଦାନ କରିଥିଲେ । ଯାହାକି ବାଉନ୍ସ ହୋଇ ଯାଇଥିଲା । କମ୍ପାନୀ ତାଙ୍କ ନାମରେ ଏ ନେଇ ମୋକଦ୍ଦମା ରୁଜୁ କରିଥିଲେ । ଯଦି ସେ ଅର୍ଥ ପୈଠ ନ କରିବେ ତେବେ ମାସେରୁ ୩ ମାସ ପର୍ଯ୍ୟନ୍ତ ଜେଲଦଣ୍ଡ ଭୋଗି ପାରନ୍ତି । ରାଜପାଲଙ୍କ ପକ୍ଷରୁ ଏ ନେଇ କୌଣସି ବୟାନ ଆସି ନାହିଁ ।

Leave A Reply

Your email address will not be published.