Latest Odisha News

BREAKING NEWS

ମିଳିଲା ରାଜଶ୍ରୀଙ୍କ ଶେଷ ଚିଠି, ଚିଠିରେ ଲେଖିଛନ୍ତି ୨ ଜଣଙ୍କ ନାଁ

ଭୁବନେଶ୍ୱର: ମହିଳା କ୍ରିକେଟର ରାଜଶ୍ରୀ ସ୍ୱାଇଁ ହତ୍ୟା ଘଟଣାର ନୂଆ ଟୁଇଷ୍ଟ । ରାଜଶ୍ରୀଙ୍କ ଗାଡି ଡିକ୍କିରୁ ମିଳିଲା ହାତଲେଖା ଚିଠି । ମୃତ୍ୟୁ ପୂର୍ବରୁ ରାଜଶ୍ରୀ ଲେଖି ଯାଇଥିଲେ ତାଙ୍କର ଶେଷ ଚିଠି । ଏଇ ଚିଠିରେ ରହିଛି ତାଙ୍କର ମୃତ୍ୟୁ ରହସ୍ୟ । କିଏ ତାଙ୍କୁ ଦେଉଥିଲା ମାନସିକ ଚାପ ? କିଏ ତାଙ୍କୁ ଆତ୍ମହତ୍ୟା ପାଇଁ ବାଧ୍ୟ କରିଥିଲା ? ଏ ସବୁ ପ୍ରଶ୍ନର ଉତ୍ତର ଲେଖି ଯାଇଛନ୍ତି ରାଜଶ୍ରୀ । ତେବେ ଚିଠିଟି ରାଜଶ୍ରୀ ଲେଖିଛନ୍ତି ନା ନାହିଁ ତାହା ସ୍ପଷ୍ଟ ହୋଇନାହିଁ । ଯଦି ଏହା ରାଜଶ୍ରୀଙ୍କ ହାତଲେଖା ହୋଇଥାଏ ତେବେ ଏ ଚିଠି ଖାଲି ରାଜଶ୍ରୀଙ୍କ ମୃତ୍ୟୁର ରହସ୍ୟ ଖୋଲିବନି, ଏ ଚିଠି OCA(ଓଡ଼ିଶା କ୍ରିକେଶ ଆସୋସିଏଶନ)ରେ ଚାଲିଥିବା ଅନେକ କେଳେଙ୍କାରୀର ଗୁମର ବି ଖୋଲିବ ।

ଚିଠିରେ ରାଜଶ୍ରୀ ଦୁଇଜଣଙ୍କ ନାଁ ନେଇଛନ୍ତି । ଏହି ୨ଜଣ ତାଙ୍କ ମୃତ୍ୟୁ ପାଇଁ ଦାୟୀ ବୋଲି ସେ ଚିଠିରେ ଉଲ୍ଲେଖ କରିଛନ୍ତି । ଜଣେ ତାଙ୍କର କୋଚ ଏବଂ ଅନ୍ୟ ଜଣେ ଓସିଏର ସଦସ୍ୟ । ଉଭୟଙ୍କୁ ତାଙ୍କ ମୃତ୍ୟୁ ପାଇଁ ଦାୟୀ କରିଛନ୍ତି ।  ଏହି ଓସିଏ ସଦସ୍ୟଙ୍କ ନାଁ ମାଣ୍ଡେଲା ସାର ବୋଲି ଉଲ୍ଲେଖ କରିଛନ୍ତି ରାଜଶ୍ରୀ । ତେବେ କିଏ ଏହି ମାଣ୍ଡେଲା ସାର ? ଚୟନ କମିଟିରେ ସେ ନାହାନ୍ତି । ତଥାପି ଖେଳାଳି ଚୟନରେ ତାଙ୍କର ଗୁରୁ୍ୱପୂର୍ଣ୍ଣ ଭୂମିକା ରହିଛି କି ? ତାଙ୍କ ପାଇଁ ରାଜଶ୍ରୀ ଯୋଗ୍ୟତା ଥାଇ ବି ଖେଳାଳି ତାଲିକାରୁ ବାଦ ପଡିଲେ କି ? ମାଣ୍ଡେଲା ସାର କୌଣସି ପଦପଦବୀରେ  ନ ଥାଇ ବି ବେଶ ପ୍ରଭାବଶାଳୀ ବୋଲି ଜାଣିବାକୁ ମିଳିଛି । ତାଙ୍କ ବିନା ଅନୁମତିରେ କୁଆଡେ ଟିମରେ କାହାକୁ ସ୍ଥାନ ମିଳେନି ।

ଯାହା ଜଣାପଡିଛି ଏହି ମାଣ୍ଡେଲା ସାରଙ୍କ ପ୍ରକୃତ ନାଁ ସନ୍ତୋଷ ଦାସ । ତେବେ ଏଠି ପ୍ରଶ୍ନ ଉଠୁଛି, ମାଣ୍ଡେଲା ସାର ଏତେ ପାୱାରଫୁଲ ହେଲେ କେମିତି ? ତାଙ୍କ ପଛରେ ଆଉ କାହାର ହାତ ରହିଛି କି ? ଆଉ କାହା କ୍ଷମତା ବଳ ତାଙ୍କୁ ଏତେ କ୍ଷମତାଶାଳୀ କରିଛି କି ?

ଯାହା ବି ହେଉ, ଚିଠିଟି ଫରେନସିକ ଲାବକୁ ପରୀକ୍ଷା ପାଇଁ ପଠାଯାଇଛି । ଏହି ଚିଠି ପାଇବା ପରେ ପୋଲିସ ଓସିଏ କର୍ମଚାରୀଙ୍କୁ ପଚରାଉଚରା କରିପାରେ ବୋଲି ଅନୁମାନ କରାଯାଉଛି ।

Leave A Reply

Your email address will not be published.