Latest Odisha News

BREAKING NEWS

ଭାରତ ଯୋଡ଼ ଯାତ୍ରାରେ କଂଗ୍ରେସ ସାଂସଦଙ୍କ ପରଲୋକ, ହସ୍‌ପିଟାଲ୍‌ରେ ପହଞ୍ଚିଲେ ରାହୁଲ ଗାନ୍ଧୀ

ଚଣ୍ଡିଗଡ଼: ଭାରତ ଯୋଡ଼ ଯାତ୍ରାରେ କଂଗ୍ରେସ ସାଂସଦଙ୍କ ପରଲୋକ। ରାହୁଲ ଗାନ୍ଧୀଙ୍କ ସହିତ ଭାରତ ଯୋଡ଼ୋ ଯାତ୍ରାରେ ଚାଲୁଥିବା ବେଳେ ପଞ୍ଜାବ ଜଳନ୍ଧର ଶିଟ୍‌ର ଲୋକସଭା ସାଂସଦ ଚୌଧୁରୀ ସନ୍ତୋଖ ସିଂହଙ୍କର ବିୟୋଗ ହୋଇଛି। ଶନିବାର ସକାଳୁ ପଞ୍ଜାବର ଫିଲୌର ଠାରେ ଯାତ୍ରାରେ ଚାଲୁଥିବା ବେଳେ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ ସନ୍ତୋଷ। ଏହାପରେ ତାଙ୍କୁ ସେଠାରୁ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।

BjdElectrycity

ରାହୁଲଙ୍କ ସହ ଚାଲୁଥିବା ବେଳେ ହଠାତ୍ ତାଙ୍କ ହୃଦ୍ସ୍ପଦନ ବଢ଼ି ଯାଇଥିଲା। ଏହାପରେ ଭାରତ ଯୋଡ଼ ଯାତ୍ରାରେ ଭିତରେ ହିଁ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଲୁଧିଆନାର ଏକ ଭିର୍କ ହସ୍ପିଟାଲକୁ ନିଆଯାଇଥିଲା। ସନ୍ତୋଖ ଡାକ୍ତରଖାନା ପହଞ୍ଚିବା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇସାରିଥିବା ଡାକ୍ତର କହିଛନ୍ତି। ସାଂସଦଙ୍କ ମୃତ୍ୟୁ ଖବର ପାଇବା ପରେ ରାହୁଲ ଗାନ୍ଧୀ ତୁରନ୍ତ ଯାତ୍ରା ଛାଡ଼ି ଡାକ୍ତରଖାନାରେ ପହଞ୍ଚିଛନ୍ତି।

ତାଙ୍କ ବିୟୋଗରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ସିଂହ ମାନ ଓ ପୂର୍ବତନ କଂଗ୍ରେସ ବରିଷ୍ଠ ନେତା କ୍ୟାପ୍ଟେନ୍ ଅମରିନ୍ଦର ସିଂହ ଟ୍ୱିଟ୍ କରି ଶୋକ ପ୍ରକାଶ କରିଛନ୍ତି। ଶ୍ରୀ ମାନ ଲେଖିଛନ୍ତି “ କଂଗ୍ରେସ ସାଂସଦଦ ସନ୍ତୋଖ ସିଂହ ଚୌଧୁରୀଙ୍କର ଆକସ୍ମିକ ବିୟୋଗରେ ମୁଁ ଗଭୀର ମର୍ମାହତ ହୋଇଛି। ଭଗବାନ ତାଙ୍କ ଆତ୍ମାକୁ ଶାନ୍ତି ଦିଅନ୍ତୁ।”

Leave A Reply

Your email address will not be published.