Latest Odisha News

BREAKING NEWS

ଶରଦ ଯାଦବଙ୍କର ଆଜି ହେବ ଶେଷକୃତ୍ୟ 

ଭୋପାଳ : ଜେଡିୟୁର ପୂର୍ବତନ ଅଧ୍ୟକ୍ଷ ଶରଦ ଯାଦବଙ୍କର ଆଜି ହେବ ଶେଷକୃତ୍ୟ  । ମଧ୍ୟପ୍ରଦେଶର ପୈତୃକ ଗାଁ ହୋସଙ୍ଗାବାଦରେ ଅନ୍ତିମ ସଂସ୍କାର କରାଯିବ । ଏହାପୂର୍ବରୁ ଦିଲ୍ଲୀ ସ୍ଥିତ ଘରେ ଶରଦଙ୍କର ଶେଷ ଦର୍ଶନ କରିଛନ୍ତି ବରିଷ୍ଠ ନେତା ଓ ବ୍ୟକ୍ତିବିଶେଷ । ଜାନୁଆରୀ ୧୨ ତାରିଖରେ ଗୁରୁଗ୍ରାମର ଫର୍ଟିସ ହସ୍ପିଟାଲରେ ତାଙ୍କର ଶେଷ ନିଶ୍ବାସ ତ୍ୟାଗ କରିଥିଲେ ।

ତେବେ ୭୫ ବର୍ଷ ବୟସରେ ଶରଦ ଯାଦବଙ୍କ ପରଲୋକ ହୋଇଛି । ଶରଦଙ୍କ ମୃତ୍ୟୁ ନେଇ ଝିଅ ଶୁଭାଷିନୀ ଜଣାଇଥିଲେ । ଜେଡିୟୁର ପ୍ରଥମ ଜାତୀୟ ସଭାପତି ଥିଲେ ଶରଦ ଯାଦବ । ୭ ଥର ଲୋକସଭା ଓ ୩ ଥର ରାଜ୍ୟସଭାକୁ ଯାଇଥିଲେ ଶରଦ ଯାଦବ ।

୧୯୭୪ ମସିହାରେ ମଧ୍ୟପ୍ରଦେଶର ଜବଲପୁରରୁ ପ୍ରଥମ ଥର ପାଇଁ ଲୋକସଭାକୁ ନିର୍ବାଚିତ ହୋଇଥିଲେ । ୧୯୯୭ରେ ଜନତା ଦଳ ୟୁନାଇଟେଡର ସଭାପତି ଥିଲେ । କେବଳ ଏତିକି ନୁହେଁ ଜେପି ମୁଭମେଣ୍ଟ ସମୟରେ ଚର୍ଚ୍ଚାକୁ ଆସିଥିଲେ ଶରଦ ଯାଦବ । ଅଟଳ ବିହାରୀ ବାଜପେୟୀ ଓ ଭିପି ସିଂହଙ୍କ ସରକାର ସମୟରେ କ୍ୟାବିନେଟ୍ ମନ୍ତ୍ରୀ ମଧ୍ୟ ଥିଲେ । ତେବେ ଶରଦ ଯାଦବଙ୍କ ବିୟୋଗକୁ ନେଇ ରାଜନୈତିକ ମହଲରେ ଶୋକର ଛାୟା ଖେଳିଯାଇଛି ।

 

Leave A Reply

Your email address will not be published.