ଜୟପୁର:ରାଜସ୍ଥାନରେ ଚଳିତମାସ ୧୯ରେ ରାଜ୍ୟସଭା ନିର୍ବାଚନ ହେବ । ଏଠାରେ କଂଗ୍ରେସ କ୍ଷମତାରେ ଥିଲେ ମଧ୍ୟ ବିଜେପି ସିଟ ଛଡାଇନେବ ବୋଲି ଭୟ ସୃଷ୍ଟି ହୋଇଛି । ଫଳରେ ଉଭୟ ଦଳ ସତର୍କତାର ସହ ସେମାନଙ୍କ ଗୋଟି ଚାଳନା କରୁଛନ୍ତି । ତେବେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲେଟ ବିଜେପି ଘୋଡାବେପାର କରୁଛି ବୋଲି ଅଭିଯୋଗ ଆଣିଛନ୍ତି ।
ଉଭୟ ଅଶୋକ ଗେହଲେଟ ଓ ଉପ ମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ମିଳିତ ଭାବେ ଦଳର ସଦସ୍ୟମାନଙ୍କୁ ଏକଜୁଟ ରହିବା ପାଇଁ କହିଥିଲେ । ଦଳର ବିଧାୟକ ଓ ସ୍ୱାଧୀନ ବିଧାୟକ ଆମକୁ ସମର୍ଥନ କରୁଥିବାରୁ ନୀରଜ ଡାଙ୍ଗି ଓ କେସି ଭେନୁଗୋପାଳ ନିଶ୍ଚିତ ଭାବେ ଜିତିବେ ବୋଲି ସେମାନେ ଏହି ଅବସରରେ କହିଛନ୍ତି । ବିଜେପି ଜାଣିଶୁଣି ରାଜ୍ୟସଭା ନିର୍ବାଚନରେ ବିଳମ୍ବ କଲା ବୋଲି କଂଗ୍ରେସ ଅଭିଯୋଗ ଆଣିଛି ।
Comments are closed.