Latest Odisha News

BREAKING NEWS

ଭାଇ-ଭଉଣୀର ସ୍ନେହର ପ୍ରତୀକ ରାକ୍ଷୀକୁ ନେଇ କ’ଣ ରହିଛି ପୌରାଣିକ କଥାବସ୍ତୁ; ଜାଣନ୍ତୁ

ଭୁବନେଶ୍ୱର: ଆଜି ହେଉଛି ରାକ୍ଷୀ ପୂର୍ଣ୍ଣମୀ । ଭାଇ ଭଉଣୀଙ୍କର ଅତୁଟ ପ୍ରେମ ଓ ଭରସା ର ପ୍ରତୀକକୁ ବହନ କରିଥାଏ ଏହା । ଏହିଦିନ ଭଉଣୀଟିଏ ଭାଇର ଶୁଭ ମାନସୀ,ମନରେ ମଙ୍ଗଳ କାମନା କରି ଭାଇ ହାତରେ ବାନ୍ଧି ଦିଏ ସେନେହର ଡୋର । ଭାଇ ବି ଭଉଣୀର ସମ୍ମାନ ଓ ସ୍ୱାଭିମାନର ରକ୍ଷା କରିବାର ଶପଥ ନେଇଥାଏ ।

ତେବେ ଏହି ସ୍ନେହ ପ୍ରେମ ଆଜିର ସମୟରେ ନୁହେଁ । କାହିଁ ପୁରାତନ ଦିନରୁ ଭାଇ ଭଉଣୀଙ୍କର ଏଭଳି ଅତୁଟ ବନ୍ଧନ ରହି ଆସିଛି ।

ପୁରାଣ କିପରି ହୋଇଛି ଏହା ବର୍ଣ୍ଣିତ; ଜଣାନ୍ତୁ

ପୁରାଣ ଓ ଇତିହାସରେ ରହିଛି ରକ୍ଷାବନ୍ଧନର ଅନେକ ଘଟଣା । ପୁରାଣରେ ଅସୁର ରାଜାବଳିଠାରୁ ମୋଗଲ ସମ୍ରାଟ ହୁମାୟୁନଙ୍କ ଯାଏଁ ରକ୍ଷାବନ୍ଧନ ଭଉଣୀର ସମ୍ମାନ ରକ୍ଷା କରିଆସିଛି ।

ଅସୁର ସମ୍ରାଟ ବଳି ଭଗବାନ ବିଷ୍ଣୁଙ୍କର ଜଣେ ବଡ ଭକ୍ତ ଥିଲେ, ତାଙ୍କ ଉପରେ କୈଣସି ବିପଦ ଆସୁ ଏହା ବିଷ୍ଣୁ ଚାହୁଁ ନ ଥିଲେ । ତେଣୁ ବଳି ଉପରେ ବିପଦ ଥିବା ଜାଣି ବିଷ୍ଣୁ ବୈକୁଣ୍ଠ ତ୍ୟାଗକରି ବଳିର ରାଜପ୍ରାସାଦରେ ଅବସ୍ଥାନ କଲେ । ତେଣେ ମହାଲକ୍ଷ୍ମୀ ଏହା ଚାହୁଁ ନଥିଲେ । ସେ ଚାହୁଁ ଥିଲେ ବିଷ୍ଣୁ ତାଙ୍କ ସହ ବୈକୁଣ୍ଠରେ ଅବସ୍ଥାନ କରନ୍ତୁ । ଏହାର ଏକ ଉପାୟ ଚିନ୍ତାକରି ଲକ୍ଷ୍ମୀ ବ୍ରାହ୍ମଣୀ ବେଶରେ ବଳିକୁ ଭେଟିଲେ । ଶ୍ରାବଣ ପୂର୍ଣ୍ଣମୀରେ ସେ ବଳି ହାତରେ ରାକ୍ଷୀ ବାନ୍ଧି ଦେଇଥିଲେ । ଏହାପରେ ଜଣେ ଭାଇ ହିସାବରେ ଲକ୍ଷ୍ମୀଙ୍କ କଥା ବୁଝିବା ବଳିଙ୍କର କର୍ତ୍ତ୍ୟବ୍ୟ ଥିଲା । ଲକ୍ଷ୍ମୀ କଣ ଚାହୁଛନ୍ତି ଜାଣିବାପରେ ସେ ବିଷ୍ଣୁଙ୍କୁ ବୈକୁଣ୍ଠରେ ରହିବାକୁ ଅନୁରୋଧ କରିଥିଲେ ।

Leave A Reply

Your email address will not be published.