Latest Odisha News

ପାଓ୍ୱାର କରିଡରରେ କରୋନା: ଆଉ ଜଣେ ମୁଖ୍ୟମନ୍ତ୍ରୀ ସଂକ୍ରମିତ

ବେଙ୍ଗାଳୁରୁ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ ତାମିଲନାଡୁ ରାଜ୍ୟପାଳଙ୍କ ପରେ କରୋନା ସଂକ୍ରମିତ ହୋଇଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି. ଏସ୍. ୟେଦିୟୁରପ୍ପା । ତାଙ୍କ କୋଭିଡ ରିପୋର୍ଟ ପଜିଟିଭ୍ ଆସିଛି । ଗତକାଲି ବିଳମ୍ବିତ ରାତିରେ ଟ୍ୱିଟ୍ କରି ନିଜେ ଏହି ସୂଚନା ଦେଇଛନ୍ତି ୟେଦିୟୁରପ୍ପା ।

ୟେଦିୟୁରପ୍ପା ଲେଖିଛନ୍ତି, ସେ କୋଭିଡ୍ ପଜିଟିଭ ଚିହ୍ନଟ ହୋଇଛନ୍ତି । ସ୍ୱାସ୍ଥ୍ୟାବସ୍ଥା ଭଲ ଅଛି । ଡାକ୍ତରଙ୍କ ପରାମର୍ଶ କ୍ରମେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଅନୁରୋଧ କରିଛନ୍ତି, ଗତ କିଛି ଦିନ ହେବ ଯେଉଁମାନେ ତାଙ୍କ ସଂସ୍ପର୍ଶରେ ଆସିଥିବା କ୍ୱାରେଣ୍ଟାଇନରେ ରଖିବା ସହ ଟେଷ୍ଟ କରାନ୍ତୁ ।
୭୭ ବର୍ଷୀୟ ୟେଦିୟୁରପ୍ପା ବର୍ତ୍ତମାନ ମନିପାଲ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଗତ ଶୁକ୍ରବାର ଦିନ ସେ କର୍ଣ୍ଣାଟକ ରାଜ୍ୟପାଳ ବାଜୁଭାଇ ଭଲ୍ଲାଙ୍କୁ ଭେଟିଥିଲେ । ସେତେବେଳେ କର୍ଣ୍ଣାଟକ ଗୃହ ମନ୍ତ୍ରୀ ବି. ବୋମାଇ ବି ଉପସ୍ଥିତ ଥିଲେ । ପୂର୍ବରୁ କରୋନା ସଂକ୍ରମିତ ହୋଇଥିଲେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ ।

Leave A Reply

Your email address will not be published.