Latest Odisha News

BREAKING NEWS

ମା’ଙ୍କ ଭିଡିଓ ଶେୟାର କରି ଭାବବିହ୍ୱଳ ହେଲେ ରାକ୍ଷୀ, କହିଲେ ମୁଣ୍ଡ ଉପରୁ ମା’ର ହାତ ଉଠିଗଲା

ନୂଆଦିଲ୍ଲୀ : ମା’ ଚାଲିଯିବା ପରେ ରାକ୍ଷୀ ସାଓ୍ବନ୍ତ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି । ରାଖୀଙ୍କ ଆଖିରୁ ଶୁଖୁନି ଲୁହ । ସମସ୍ତଙ୍କୁ ହସାଉଥିବା ରାଖୀ ଆଜି ନିଜେ ହସିବା ଭୁଲି ଯାଇଛନ୍ତି । ରାଖୀ ସାଓ୍ବନ୍ତଙ୍କ ମା ଜୟା ଭେଡ଼ା  । ମା ଜୟା ବ୍ରେନ ଟ୍ୟୁମର ଏବଂ କ୍ୟାନସର ରୋଗରେ ପୀଡ଼ିତ ଥିଲେ । ଦୀର୍ଘଦିନ ଧରି ବ୍ରେନ୍‌ ଟ୍ୟୁମର ଏବଂ କ୍ୟାନ୍‌ସର ସହ ଲଢ଼ିବା ପରେ ମା’ ଜୟା ଆଖି ବୁଜିଛନ୍ତି। ଏହାକୁ ନେଇ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି ରାଖୀ । ମା’ ଙ୍କ ନିଧନ ସହିବାକୁ ପ୍ରସ୍ତୁତ ନାହାଁନ୍ତି ରାଖୀ  ।

୨୮ ଜାନୁଆରୀ ଶନିବାର ରାତିରେ ଶେଷ ନିଶ୍ୱାସ ତ୍ୟାଗ କଲେ ରାକ୍ଷୀ ସାଓ୍ୱନ୍ତଙ୍କ ମା’ ଜୟା । ମା’ଙ୍କ ନିଧନ ପରେ ରାକ୍ଷୀ ଡାକ୍ତରଖାନାରୁ ମା’ଙ୍କ ଅନ୍ତିମ ମୁହୂର୍ତ୍ତର ଭିଡିଓ ସୋଶିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ଭିଡିଓଟିରେ ଦେଖିବାକୁ ମିଳିଛି ମା’ ଜୟା ବେଡ୍‌ରେ ଶୋଇ ବହୁ କଷ୍ଟରେ ନିଃଶ୍ୱାସ ପ୍ରଶ୍ୱାସ ନେଉଥିବା ଦେଖାଯାଉଛି । ଅପରପକ୍ଷେ ରାକ୍ଷୀ ତଳେ ବସି ଭୋ ଭୋ ହୋଇ କାନ୍ଦୁଛନ୍ତି।

 

View this post on Instagram

 

A post shared by Rakhi Sawant (@rakhisawant2511)

ରାଖୀ ନିଜ ଇନଷ୍ଟାଗ୍ରାମରେ ଭିଡିଓ ଶେୟାର କରି କ୍ୟାପସନ୍‌ରେ  ଲେଖିଛନ୍ତି, ଆଜି ମୋ’ ମୁଣ୍ଡ ଉପରୁ ମା’ର ହାତ ଉଠିଗଲା। ମୋ ପାଖେ ହରାଇବାକୁ କିଛି ନାହିଁ। ମୁଁ ତୋତେ ଭଲ ପାଏ ମା’। ତୋ ବିନା ଆଉ କିଛି ନାହିଁ। ଏବେ କିଏ ମୋ ଡାକ ଶୁଣିବ। କିଏ ମୋତେ ଜାବୁଡି ଧରିବ। ମୁଁ ଏବେ କ’ଣ କରିବି ମା’। କୁଆଡେ ଯିବି ବୋଲି ସେ କହିଛନ୍ତି।

ନିକଟରେ ରାକ୍ଷୀ ମା’ର ମୃତ ଶରୀରକୁ ଅନ୍ତିମ ସଂସ୍କାର କରିବା ନିମନ୍ତେ ନେଉଥିବାର ଏକ ଭିଡିଓ ସୋଶିଆଲ ମିଡିଆରେ ମଧ୍ୟ ଶେୟାର କରିଛନ୍ତି  । ଭିଡିଓରେ ରାଖୀଙ୍କ କାନ୍ଦ ଦେଖି ସହିପାରୁନଥିବା ଫ୍ୟାନ୍ସ ମାନେ ରାଖୀଙ୍କୁ ଆଶ୍ୱସନା ଦେଇଛନ୍ତି  । ଆଉ ନିଜକୁ ସମ୍ଭାଳିବା ପାଇଁ ସାହାସ ରଖିବାକୁ କହିଛନ୍ତି  ।

 

View this post on Instagram

 

A post shared by Viral Bhayani (@viralbhayani)

 

Leave A Reply

Your email address will not be published.