Latest Odisha News

BREAKING NEWS

ଭାଇରାଲ ଭିଡିଓ ଦେଖି ଗାଁ ମହିଳାଙ୍କୁ ସୋନୁ ସୂଦ ଦେଲେ ଚମତ୍କାର ଅଫର

ଅନେକ ସମୟରେ ସୋସିଆଲ ମିଡିଆରେ  ଭିଡିଓ ଭାଇରାଲ ହେଉଛି ।  ସେଥିରୁ କିଛି ଭିଡିଓ ସମସ୍ତଙ୍କୁ ବେଶ ପସନ୍ଦ ଆସିଥାଏ । ହେଲେ ଏମିତି କିଛି ଭିଡ଼ିଓ ମଣିଷର ଭାଗ୍ୟ ବଦଳାଇ ଦେଇଥାଏ, ଯେମିତି ରାନୁ ମଣ୍ଡଳଙ୍କର ବଦଳାଇ ଦେଇଥିଲା।

ଏମିତି ଏକ ଭିଡ଼ିଓ ରାନୁ ମଣ୍ଡଳଙ୍କ ପରି ୟାଙ୍କର ମଧ୍ୟ ଭାଗ୍ୟ ବଦଳାଇ ଦେଇଛି । ଭାଇରଲ ହୋଇଥିବା ଏହି ଭିଡିଓରେ ଦେଖିବାକୁ ମିଳିଛି, ଜଣେ ମାଆ ରୁଟି ତିଆରି କରୁଛନ୍ତି । ଆଉ ସେହି ସମୟରେ ତାଙ୍କ କୁନି ଝିଅ ମାଆଙ୍କୁ  ଗୋଟିଏ ଗୀତ ବୋଲିବା ପାଇଁ କହୁଛି । ପ୍ରଥମେ ଗୀତ ଗାଇବାକୁ ମହିଳା ଜଣକ ମନା କରିଥିଲେ କିନ୍ତୁ ପରେ ୧୯୭୬ ମସିହାର ଲୋକପ୍ରିୟ ଗୀତ ‘ମେରେ ନୈନା ସାୱନ୍‌ ଭାଦୋ…’ ଗୀତ ଗାଉଥିବାର ଭିଡିଓରେ ଦେଖିବାକୁ ମିଳିଛି। ମହିଳାଙ୍କ ସ୍ୱରକୁ ସୋସିଆଲ୍‌ ମିଡିଆ ବ୍ୟବହାରକାରୀମାନେ ବି ଖୁବ୍‌ ପସନ୍ଦ କରିଛନ୍ତି।

କଥା ଯେ ଏତିକିରେ ସରିଯାଇଛି ତାହା ନୁହେଁ । ମହିଳାଙ୍କ ଗୀତ ବୋଲିବା ଭିଡିଓ ଏତେ ମାତ୍ରାରେ ଭାଇରାଲ ହେଲା ଯେ, ତାହା ବଲିଉଡ୍‌ ଅଭିନେତା ସୋନୁ ସୁଦ୍‌ଙ୍କ ପାଖରେ ପହଞ୍ଚିଛି । ଭିଡିଓ ଦେଖିବା ପରେ ମହିଳାଙ୍କୁ ନିଜ ଫିଲ୍ମରେ ଗୀତ ବୋଲିବା ପାଇଁ ଅଫର ଦେଇଛନ୍ତି ସୋନୁ ସୁଦ୍ । ସେ ଏହି ଭିଡିଓକୁ ନିଜ ଟ୍ୱିଟର ହ୍ୟାଣ୍ଡେଲରେ ସେୟାର କରି ଫିଲ୍ମରେ ଗୀତ ଗାଇବା ପାଇଁ ସୁଯୋଗ ଦେବାକୁ ତାଙ୍କ ନମ୍ବର ମାଗିଛନ୍ତି । ଯାହାକି ଏବେ ଅଧିକ ଚର୍ଚ୍ଚାର ବିଷୟ ରହିଛି ।

ଭିଡିଓକୁ ଏବେ ସୁଦ୍ଧା ୭ ଲକ୍ଷ ୧୦ ହଜାର ଲୋକ ଦେଖିସାରିଲଣି । ସୋନୁ ସୁଦ୍‌ ମହିଳାଙ୍କ କଳାକୁ ଚିହ୍ନି ତାଙ୍କୁ ପ୍ରୋତ୍ସାହିତ କରିଥିବାରୁ ଅନେକ ସୋସିଆଲ୍‌ ମିଡିଆ ବ୍ୟବହାରକାରୀ ତାଙ୍କୁ ପ୍ରଶଂସା କରିଛନ୍ତି। ଆଉ କେହି କେହି ଲେଖିଛନ୍ତି ଟ୍ୟାଲେଣ୍ଟ ଥିଲେ ଭାଇରାଲ ଭିଡିଓରୁ ବି ସିଧା ବଲିଉଡ୍‌କୁ ୱାଇଲ୍ଡ କାର୍ଡ ଏଣ୍ଟ୍ରି ମିଳିପାରିବ ।

Leave A Reply

Your email address will not be published.