ନୂଆଦିଲ୍ଲୀ: ପଞ୍ଜାବ ବିଧାନସଭା ନିର୍ବାଚନ ବେଶ କିଛି ଦିନ ବାକିଥିବା ବେଳେ ଏବେଠାରୁ କିନ୍ତୁ ବାକ ଯୁଦ୍ଧ ଆରମ୍ଭ ହୋଇଯାଇଛି । ଆମ ଆଦମୀ ପାର୍ଟିର ରାଘବ ଚଢ଼ା କଂଗ୍ରେସର ନବଜୋତ ସିଂ ସିଦ୍ଧୁଙ୍କୁ ବଲିଉଡ ଅଭିନେତ୍ରୀ ରାକ୍ଷୀ ସାୱନ୍ତଙ୍କ ସହ ତୁଳନା କରି ଅଡୁଆରେ ପଡିଛନ୍ତି । ରାଘବଙ୍କ ଟ୍ୱିଟ ଭାଇରାଲ ହେବା ପରେ ରାକ୍ଷୀ ଆଜି ମୁହଁ ଖୋଲିଛନ୍ତି । ମୋ ସ୍ୱାମୀ ରାଘବଙ୍କୁ ଠିକ୍ ଉତର ଦେଇ ସାରିଛନ୍ତି । ମୁଁ ଏକୁଟିଆ ଥିବା ଜାଣି ମୋତେ ଟାର୍ଗେଟ କରାଯାଉଥିଲା । ଏବେ କିନ୍ତୁ ମୋ ସହିତ ମୋ ସ୍ୱାମୀ ଅଛନ୍ତି । ସେ ମୋ ଆଖିର ଲୁହ ସହି ପାରନ୍ତି ନାହିଁ ।
ରାକ୍ଷୀଙ୍କ ସ୍ୱାମୀ ରାଘବଙ୍କୁ ଟୁଇଟ କରିଥିଲେ ଯେ, ଏହାକୁ ଚେତାବନୀ ଭାବେ ନେବ । ତୁମେ ତୁମ ରାଜନୈତିକ ଫାଇଦା ପାଇଁ କାହାର ବ୍ୟକ୍ତିଗତ ସମ୍ମାନକୁ କ୍ଷୁର୍ଣ୍ଣ କର ନାହିଁ । ଯଦି ପୁନର୍ବାର ମୋ ପତ୍ନିଙ୍କ ନାମ ଧରିବ ତାହାହେଲେ ଆଇନର ଆଶ୍ରୟ ନେବି । ସେ ଅରବିନ୍ଦ କେଜ୍ରିୱାଲଙ୍କ ଉଦ୍ଦେଶ୍ୟରେ ଆହୁରି ମଧ୍ୟ ଲେଖିଛନ୍ତି ଦୟାକରି ଆପଣଙ୍କ ଏମଏଲଏ ମାନଙ୍କୁ ଶିକ୍ଷିତ କରାନ୍ତୁ । ମୁଁ ଯଦି ଶିକ୍ଷିତ କରିବାକୁ ଚାହିଁବି ତାହାେଲେ ଆପ କେଉଁଠାରେ ଦେଖା ଯିବନି ।
Comments are closed.