Latest Odisha News

BREAKING NEWS

ପରଲୋକରେ ବିଶିଷ୍ଟ ସାହିତ୍ୟିକା ମନୋରମା ମହାପାତ୍ର

ଭୁବନେଶ୍ୱର : ବିଶିଷ୍ଟ ସାହିତ୍ୟିକା ମନୋରମା ମହାପାତ୍ରଙ୍କ ଦେହାନ୍ତ ହୋଇଯାଇଛି । କଟକ ଏସ୍ସିବି ମେଡିକାଲରେ ୮୭ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି । ଦୈନିକ ଖବର କାଗଜ ସମାଜର ପୂର୍ବତନ ସମ୍ପାଦିକା ଥିଲେ ମନୋରମା ମହାପାତ୍ର । ତାଙ୍କ ବିୟୋଗ ଓଡିଆ ସାହିତ୍ୟ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି। ସେ ସ୍ୱାଧିନତା ସଂଗ୍ରାମୀ ତଥା ସମାଜର ପୂର୍ବତନ ସଂପାଦକ ଡକ୍ଟର ରାଧାନାଥ ରଥଙ୍କ ଝିଅ ।୧୯୮୪ ମସିହାରେ ସେ ସାହିତ୍ୟ ଏକାଡେମୀ ଆଓ୍ୱାର୍ଡ ପାଇଥିଲେ । ୧୯୯୧ ମସିହାରେ ସେ ଓଡ଼ିଶା ସାହିତ୍ୟ ଏକାଡେମୀର ଅଧ୍ୟକ୍ଷା ଥିଲେ ।

ମନୋରମା ମହାପାତ୍ରଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଶୋକ ପ୍ରକାଶ କରିଛନ୍ତି। ତାଙ୍କ ବିୟୋଗରେ ଓଡ଼ିଶା ଜଣେ ବାଗ୍ମୀ ତଥା ମହିୟସୀ ମହିଳାଙ୍କୁ ହରାଇଲା ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି।

Leave A Reply

Your email address will not be published.