Latest Odisha News

ଶ୍ରୀଦେବୀଙ୍କ ଅବତାର ନେବାକୁ ଚାହାନ୍ତି ରାଖୀ

ନୂଆଦିଲ୍ଲୀ: ରାଖୀ ସାୱନ୍ତ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିଛନ୍ତି ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର୍‌ ଧରିଛି। ଏହି ଭିଡିଓରେ ସେ ଶ୍ରୀଦେବୀଙ୍କ ଅଭିନୀତ ନାଗିନ୍ ଚଳଚ୍ଚିତ୍ର‌ର ଆଇକନ୍ ଗୀତ ମେନ୍ ତେରି ଦୁଷ୍ମନ୍‌ ‌ରେ ଶ୍ରୀଦେବୀଙ୍କ ଅବତାର ଗ୍ରହଣ କରି ପ୍ରଶଂସକଙ୍କୁ ବିସ୍ମିତ କରିପକାଇଛନ୍ତି।

ରାଖୀ ସାୱନ୍ତ ଶ୍ରୀଦେବୀଙ୍କ ପ୍ରସିଦ୍ଧ ୧୯୮୬ରେ ରିଲିଜ୍ ହୋଇଥିବା ଫିଲ୍ମ ନାଗିନ୍‌ର ଗୀତ ‘ମେନ୍ ତେରି ଦୁଷ୍ମନ୍‌ , ଦୁଷ୍ମନ୍‌ ତୁ ମେରା’ରେ ତାଙ୍କ ଚେହେରା ଯୋଡି ଦେଇଛନ୍ତି। ଏହାପରେ ରାକ୍ଷୀଙ୍କ ଏହି ଭିଡିଓଟି ବେଶ୍‌ ଭାଇରାଲ ହେବାରେ ଲାଗିଛି। ଏହାସହିତ ନାଗିନ୍‌ର ରିମେକରେ ରାଖୀ ଶ୍ରୀଦେବୀଙ୍କ ଭୂମିକାରେ ଅଭିନୟ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି।

ଭିଡିଓ ପୋଷ୍ଟ କରି କ୍ୟାପସନ୍‌ରେ ରାକ୍ଷୀ ଲେଖିଛନ୍ତି ଯେ, ମୁଁ ଶ୍ରୀଦେବୀ ଜୀଙ୍କୁ ଭଲ ପାଏ। ଖୁବ୍ ଶୀଘ୍ର ନାଗିନ୍‌ର ରିମେକ୍‌ ନିର୍ମାଣ ହେବାକୁ ଯାଉଛି। ତେବେ ରାକ୍ଷୀଙ୍କ ଏହି ଭିଡିଓଟି ରାଖୀଙ୍କ ପ୍ରଶଂସକଙ୍କ ହୃଦୟ ଜିତିଛି ଏବଂ ଏହା ଭାଇରାଲ ହେବାରେ ଲାଗିଛି।

Comments are closed.