Latest Odisha News

ବିଶ୍ୱ ଚଳଚ୍ଚିତ୍ର ଐତିହ୍ୟ ସଂରକ୍ଷଣରେ ଅବଦାନ ଯୋଗୁ ଏହି ବିଶେ‌ଷ ସମ୍ମାନରେ ସମ୍ମାନିତ ହେବେ ବିଗ୍‌ ବି

ନୂଆଦିଲ୍ଲୀ: ମେଗାଷ୍ଟାର ଅମିତାଭ ବଚ୍ଚନଙ୍କୁ FIAF ଦ୍ୱାରା ପୁରସ୍କାରରେ ସମ୍ମାନିତ କରାଯିବ। ଏହି ଭେଟେରାନ୍‌ ଅଭିନେତା ପ୍ରଥମ ଭାରତୀୟ ସିନେ ବ୍ୟକ୍ତିତ୍ୱ ହେବେ ଯାହାଙ୍କୁ ବିଶ୍ବ ଚଳଚ୍ଚିତ୍ର ଐତିହ୍ୟର ସଂରକ୍ଷଣରେ ତାଙ୍କର ଉତ୍ସର୍ଗୀକୃତ ତଥା ଅବଦାନ ପାଇଁ FIAF ପୁରସ୍କାର ପ୍ରଦାନ କରାଯିବ।

ମାର୍ଚ୍ଚ ୧୯ରେ ହେବାକୁ ଥିବା ଏକ ଭର୍ଚୁଆଲ୍ ସୋ’ରେ ହଲିଉଡ୍ ଚଳଚ୍ଚିତ୍ର ନିର୍ମାତା ଏବଂ FIAF ପୁରସ୍କାରର ପୂର୍ବ ପ୍ରାପ୍ତକର୍ତ୍ତା – ମାର୍ଟିନ୍ ସ୍କୋରସେ ଏବଂ ଖ୍ରୀଷ୍ଟୋଫର୍ ନୋଲାନ୍ ବଚ୍ଚନଙ୍କୁ ଏହି ପୁରସ୍କାର ପ୍ରଦାନ କରିବେ।

FIAF ହେଉଛି ଏକ ବିଶ୍ବବ୍ୟାପୀ ସଂଗଠନ, ଯାହାକି ଚଳଚ୍ଚିତ୍ର ଆର୍‌କାଇଭ୍‌ସ୍‌ ଏବଂ ସମଗ୍ର ବିଶ୍ୱର ସଂଗ୍ରହାଳୟକୁ ନେଇ ଗଠିତ।

Leave A Reply

Your email address will not be published.