Latest Odisha News

BREAKING NEWS

ସିରିଆରେ ୫ ଦିନ ପରେ ଧ୍ୱଂସସ୍ତୁପ ତଳୁ ଉଦ୍ଧାର ହେଲେ ପୂରା ପରିବାର, ତୁର୍କୀରେ ମାଟି ତଳେ ହସୁଥିଲା ନବଜାତ ଶିଶୁ

ଇଦଲିବ: ସିରିଆ ତୁର୍କୀର ଭୟାବହ ଭୂକମ୍ପ ଦୃଶ୍ୟ ଦେଖିଲେ ଏବେ ବି ଛାତି ଥରି ଯାଉଛି । ମୃତ୍ୟୁ ସଂଖ୍ୟା ୨୮ ହାର ଟପିଥିଲେ ହେଁ ହଜାର ହଜାର ଲୋକ ଧ୍ୱଂସସ୍ତୁପ ତଳେ ଚାପି ହୋଇ ରହିଛନ୍ତି । ଏ ଦୃଶ୍ୟ ଦେଖି ଉଦ୍ଧାରକାରୀଙ୍କ ଛାତି ଥରି ଯାଉଛି । ତଥାପି ସେମାନେ ଲାଗିପଡିଛନ୍ତି ଗଦା ଗଦା କଂକ୍ରିଟ ତଳୁ ଜୀବନ ସାଉଁଟିବାରେ । ଯେଉଁଠି ଜୀବନର ସନ୍ଧାନ ପାଉଛନ୍ତି ସେମାନଙ୍କ ମୁହଁରେ ବି ହସ ଫୁଟିଉଠୁଛି । ଦୁର୍ଘଟଣାର ୫ ଦିନ ପରେ ଏମିତି କିଛି ଘଟଣା ସାମ୍ନାକୁ ଆସିଛି ।

ଘଟଣାର ୫ ଦିନ ପରେ ଧ୍ୱଂସସ୍ତୁପ ତଳୁ ମିଳିଛି ଜୀବନ । ଜଣେ ବା ଦୁଇ ଜଣ ନୁହେଁ,ଗୋଟିଏ ପରିବାର୫ ଜଣ ସଦସ୍ୟଙ୍କୁ ଉଦ୍ଧାର କରିଛନ୍ତି ଉଦ୍ଧାରକାରୀ ଦଳ । ଏମାନଙ୍କ ମଧ୍ୟରେ ଅଛନ୍ତି ତିନିଜଣ ଶିଶୁ ଏବଂ ଦୁଇଜଣ ବୟସ୍କ । ଦୁଖ ଆଉ ନିରାଶା ଭିତରେ ବି ସମସ୍ତଙ୍କ ମୁହଁରେ ପୁଟି ଉଠିଥିଲା ହସ । ସମସ୍ତେ ଏକ ସ୍ୱରରେ କହୁଥିଲେ “ଈଶ୍ଵର ତୁମେ ମହାନ ।”

ଏ ଦୃଶ୍ୟ ଥିଲା ଭୂକମ୍ପ ବିଧ୍ୱସ୍ତ ସିରିଆର । ସିରିଆର ନାଗରିକ ସ୍ୱୟଂ ସେବୀ ସଂଗଠନ “ହ୍ୱାଇଟ ହେଲମେଟ’ ପକ୍ଷରୁ ଏହି ଖବର ବିଷୟରେ ସୂଚନା ମିିଳିଛି । ହ୍ୱାଇଟ ହେଲମେଟ ପକ୍ଷରୁଏକ ଭିଡିଓ ଟୁଇଟ କରି କୁହାଯାଇଛି, “ଏକ ସଚ୍ଚା ଚମତ୍କାର । ଖୁସିର ସ୍ୱର ଆକାଶକୁ ଆଲିଙ୍ଗନ କରେ । ବିଶ୍ୱାସ ଉପରେ ଖୁସି । ମଙ୍ଗଳବାର ଦ୍ୱିପହରରେ ବିସ୍ନିୟା ଗାଁରେ ପୂରା ପରିବାରକୁ ଧ୍ୱଂସସ୍ତୁପ ତଳୁ ବାହାର କରାଯାଇଛି ।’

ଭିଡିଓରେ ଦେଖିବାକୁ ମିିଳିଛି, ଉଦ୍ଧାରକର୍ତ୍ତାମାନେ ପିଲାମାନଙ୍କୁ ଆମ୍ବୁଲାନ୍ସରେ ନେଇ ଯାଉଛନ୍ତି । ବୟସ୍କମାନଙ୍କୁ ଷ୍ଟ୍ରେଚରରେ ନିଆଯାଉଛି ।

ଭଗବାନଙ୍କର ଆଉ ଏକ ବିଚିତ୍ର ଲୀଳା ଦେଖିବାକୁ ମିଳିଛି ତୁର୍କୀରେ । ଏକ ନବଜାତ ଶିଶୁ ୫ ଦିନ ଧ୍ୱଂସସ୍ତୁପ ତଳେ ରହିବା ପରେ ଜୀବିତ ଉଦ୍ଧାର ହୋଇଛି । ଏହାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ନବଜାତ ଶିଶୁଟି ଜଣେ ବ୍ୟକ୍ତିଙ୍କ ଆଙ୍ଗୁଠି ଚାଟୁଛି । ଏହା ପୂର୍ବରୁ ଏନଡିଆରଏଫର ଟିମ ଭୂକମ୍ପ ପ୍ରଭାବିତ କ୍ଷେତ୍ରରେ ଏକ ୮ ବର୍ଷର ଶିଶୁକୁ ଜୀବିତ ଭାବେ ଉଦ୍ଧାର କରିଥିଲେ ।

ସେହିପରି ଏନଡିଆରଏଫ ଯବାନମାନେ ତୁର୍କୀ ଯବାନଙ୍କ ସହ ମିଶି ଗାଜିଆନଟେପ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ ଚଲାଇଛନ୍ତି । ଗୁରୁବାର ଏହି ଅଞ୍ଚଳରୁ ଏକ ୬ ବର୍ଷର ଶିଶୁକନ୍ୟାକୁ ଏନଡିଆରଏଫ ଉଦ୍ଧାର କରିଥିଲେ ।

Leave A Reply

Your email address will not be published.