ମୁମ୍ବାଇ: ୫ ବର୍ଷ ପରେ ଭାରତୀୟ ସେନ୍ସର ବୋର୍ଡ ରକ୍ଷାବନ୍ଧନକୁ ୟୁ ସାର୍ଟିଫିକେଟ ପ୍ରଦାନ କରିଛି । ଏହା ପୂର୍ବରୁ ୨୦୧୭ରେ ଇରଫାନ ଖାଁଙ୍କ ହିନ୍ଦୀ ମିଡିୟମକୁ ଏହି ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା । ପ୍ରତ୍ୟେକ ଫିଲ୍ମ ରିଲିଜ ହେବା ପୂର୍ବରୁ ସେନ୍ସର ବୋର୍ଡରୁ ସାର୍ଟିଫିକେଟ ଆଣିବାକୁ ପଡିଥାଏ । ୟୁର ମାନେ ଏଥିରେ କୌଣସି ପ୍ରକାରର ଆପତିଜନକ ଦୃଶ୍ୟ କିମ୍ବା ସମ୍ବାଦ ନାହିଁ । ସମ୍ପୂର୍ଣ୍ଣ ପରିବାର ସହ ଫିଲ୍ମ ଉପଭୋଗ କରିହେବ । ୧୧ ଅଗଷ୍ଟରେ ଅକ୍ଷୟ କୁମାରଙ୍କ ରକ୍ଷାବନ୍ଧନ ଏବଂ ଅମୀର ଖାଁଙ୍କ ଲାଲ ସିଂ ଚଢ଼ା ରିଲିଜ ହେବ । କେଉଁ ଫିଲ୍ମ ବାଜି ମାରିବ ସେଥିପ୍ରତି ସମସ୍ତଙ୍କ ନଜର ରହିଛି । ଅକ୍ଷୟଙ୍କ ବଚ୍ଚନ ପାଣ୍ଡେ ଓ ସମ୍ରାଟ ପୃଥ୍ୱୀରାଜ ଫିଲ୍ମ ଫ୍ଲପ ହେବା ପରେ ତାଙ୍କର ସବୁ ଆଶା ରକ୍ଷାବନ୍ଧନ ଉପରେ ରହିଛି । ରାକ୍ଷୀ ପୂର୍ଣ୍ଣିମା ଅବସରରେ ଏହା ରିଲିଜ ହେଉଥିବାରୁ ଅକ୍ଷୟଙ୍କ ଫିଲ୍ମ ବକ୍ସ ଅଫିସରେ ବାଜି ମାରିବ ବୋଲି ଆଶା କରାଯାଉଛି ।
BREAKING NEWS
- ବଜେଟ୍ ୨୦୨୬-୨୭ରେ ଗରିବ, ଅସହାୟ ଏବଂ ବଞ୍ଚିତ ଶ୍ରେଣୀର ବିକାଶ ଉପରେ ଫୋକସ୍
- Budget 2026: ବଜେଟ ୨୦୨୬: ଏପ୍ରିଲ ୧ରୁ ନୂଆ ଆୟକର ନିୟମ
- Rare Earth Corridors In Odisha: ବଜେଟରେ ଓଡ଼ିଶା ପାଇଁ ବଡ଼ ଘୋଷଣା, ନିର୍ମାଣ ହେବ ବିରଳ ପୃଥିବୀ ଖଣିଜ ପଦାର୍ଥ କରିଡର
- Budget 2026: ବଜେଟ୍ ଉପସ୍ଥାପନା ପୂର୍ବରୁ କାହିଁକି ପ୍ରସ୍ତୁତ ହୁଏ ହାଲୱା, କ’ଣ ରହିଛି ଏହା ପଛର ବିଶେଷ କାହାଣୀ?
- Union Budget 2026: ଚାଷୀ, ମହିଳା ଏବଂ ଯୁବକମାନଙ୍କୁ ଅଭିବୃଦ୍ଧି ପ୍ରଦାନ କରିବାର ଲକ୍ଷ୍ୟ କହିଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
- ଲଟେରୀ ଜରିଆରେ ବିଏମ୍ସି ପକ୍ଷରୁ ପକ୍କା ଘର ଆବଣ୍ଟନ
- Budget 2026 Speech: ସଂସଦରେ ଆଗତ ହେଲା ବଜେଟ ୨୦୨୬-୨୭, ଲଗାତାର ୯ମ ଥର ପାଇଁ ଆଗତ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
- Budget 2026: କାହିଁକି ଚର୍ଚ୍ଚାରେ ନିର୍ମଳାଙ୍କ Part-B ପେଡ଼ି? ବଦଳେଇ ଦେବ ଭାରତର ଭବିଷ୍ୟତ! ଭାଙ୍ଗିଯିବ ୭୫ ବର୍ଷର ପରମ୍ପରା…
- Gold Silver Price Budget 2026: ବଜେଟ ପୂର୍ବରୁ ହଠାତ୍ ଶସ୍ତା ହେଲା ସୁନା ଏବଂ ରୂପା ଦର, ଜାଣନ୍ତୁ କେତେ କମିଲା…
- Union Budget 2026: ବଜେଟ୍ ଉପସ୍ଥାପନ ପୂର୍ବରୁ ଅର୍ଥମନ୍ତ୍ରୀଙ୍କୁ ‘ଦହି-ଚିନି’ ଖୁଆଇଲେ ରାଷ୍ଟ୍ରପତି
Comments are closed.