Latest Odisha News

BREAKING NEWS

ରାଶି ଅନୁସାରେ ବାନ୍ଧନ୍ତୁ ଭାଇଙ୍କୁ ରାକ୍ଷୀ

ଆସନ୍ତା କାଲି ରାକ୍ଷୀପୂର୍ଣ୍ଣିମା । ଭାଇ-ଭଉଣୀଙ୍କ ଦିନ । ଭାଇ ହାତରେ ଭଉଣୀ ବାନ୍ଧିବ ସେନେହର ଡୋର । ନିଜ ଭାଇର ଶୁଭ ମନାସୀ ତାର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଭାଇଙ୍କ ରାଶି ଅନୁସାରେ ବାନ୍ଧନ୍ତୁ ରାକ୍ଷୀ । ଜାଣନ୍ତୁ କେଉଁ ରଙ୍ଗର ରାକ୍ଷୀ ଆପଣଙ୍କ ଭାଇଙ୍କ ରାଶି ପାଇଁ ଶୁଭ ହେବ ।

ମେଷ: ଏହି ରାଶିର ବ୍ୟକ୍ତିଙ୍କୁ ନାଲି ରଙ୍ଗର ରାକ୍ଷୀ ବାନ୍ଧନ୍ତୁ ଶୁଭଫଳ ପ୍ରାପ୍ତି ହେବ।

ବୃଷ: ଭାଇଙ୍କ ରାଶି ବୃଷ ହୋଇଥିଲେ ତାଙ୍କୁ ନୀଳ ରଙ୍ଗର ରାକ୍ଷୀ ବାନ୍ଧନ୍ତୁ ।

ମିଥୁନ: ଏହି ରାଶିର ବ୍ୟକ୍ତିଙ୍କୁ ସବୁଜ ରଙ୍ଗର ରାକ୍ଷୀ ବାନ୍ଧନ୍ତୁ।

କର୍କଟ: ଆପଣଙ୍କ ଭାଇଙ୍କ ରାଶି କର୍କଟ ହୋଇଥିଲେ ତାଙ୍କୁ ହଳଦିଆ ଓ ଧଳା ରଙ୍ଗର ରାକ୍ଷୀ ବାନ୍ଧନ୍ତୁ।

ସିଂହ: ଏହି ରାଶିର ବ୍ୟକ୍ତିଙ୍କୁ ଗୋଲଡେନ୍‌, ହଳଦିଆ ଓ ଗୋଲାପି ରଙ୍ଗର ରାକ୍ଷୀ ବାନ୍ଧନ୍ତୁ।

କନ୍ୟା: ଏହି ରାଶିର ବ୍ୟକ୍ତିଙ୍କୁ ଧଳା ରଙ୍ଗର ରାକ୍ଷୀ ବାନ୍ଧନ୍ତୁ।

ତୁଳା: ଆପଣଙ୍କ ଭାଇଙ୍କ ରାଶି ତୁଳା ହୋଇଥିଲେ ତାଙ୍କ ହାତରେ ଧଳା ଓ ହାଲ୍‌କା ନୀଳ ରଙ୍ଗର ରାକ୍ଷୀ ବାନ୍ଧନ୍ତୁ।

ବିଛା: ଏହି ରାଶିର ବ୍ୟକ୍ତିଙ୍କୁ ଲାଲ୍ ଓ ଗୋଲାପି ରଙ୍ଗର ରାକ୍ଷୀ ବାନ୍ଧନ୍ତୁ।

ଧନୁ: ଭାଇଙ୍କ ରାଶି ଧନୁ ହୋଇଥିଲେ ତାଙ୍କ ହାତରେ ‘ଚନ୍ଦନ’ ରଙ୍ଗର ରାକ୍ଷୀ ବନ୍ଧନ୍ତୁ।

ମକର: ଏହି ରାଶିର ବ୍ୟକ୍ତିଙ୍କୁ ନୀଳ ବା ଗାଢ଼ ନୀଳର ରଙ୍ଗର ରାକ୍ଷୀ ବାନ୍ଧନ୍ତୁ ।

କୁମ୍ଭ: ଭାଇଙ୍କ ରାଶି କୁମ୍ଭ ହୋଇଥିଲେ ତାଙ୍କ ହାତରେ ଯେକୌଣସି ଗାଢ଼ ରଙ୍ଗର ରାକ୍ଷୀ ବା ରୁଦ୍ରାକ୍ଷରେ ତିଆରି ରାକ୍ଷୀ ବାନ୍ଧନ୍ତୁ ।

ମୀନ: ଏହି ରାଶିର ବ୍ୟକ୍ତିଙ୍କୁ ହଳିଦିଆ ରଙ୍ଗର ରାକ୍ଷୀ ବାନ୍ଧନ୍ତୁ।

Leave A Reply

Your email address will not be published.