Latest Odisha News

ରକ୍ଷାବନ୍ଧନରେ ଭଉଣୀଙ୍କୁ ବଡ଼ ଉପହାର ଦେଲେ ମୁଖ୍ୟମନ୍ତ୍ରୀ

ଲକ୍ଷ୍ନୌ:ଆସନ୍ତାକାଲି ରକ୍ଷାବନ୍ଧନ । ଭାଇ ହାତରେ ରାଖି ବାନ୍ଧିବ ଭଉଣୀ ।  ଏହି ଅବସରରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜ୍ୟର ମା’ ଓ ଭଉଣୀଙ୍କୁ ସରକାରଙ୍କ ପକ୍ଷରୁ ଶୁଭ ଉପହାର ଦେଇଛନ୍ତି ।  ଭାଇ ହାତରେ ରାକ୍ଷୀ ବନ୍ଧିବା ପାଇଁ ଭଉଣୀମାନେ ଯେପରି ଅସୁବିଧାର ସମ୍ମୁଖୀନ ହେବେନି ସେଥିପାଇଁ ଏପରି ବଡ ଘୋଷଣା କରିଛନ୍ତି ଯୋଗୀ ଆଦିତ୍ୟନାଥ ।

ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି, ରାଜ୍ୟରେ ଅଗଷ୍ଟ ୨୯ ତାରିଖ ରାତି ୧୨ଟାରୁ ୩୧ ଅଗଷ୍ଟ ରାତି ୧୨ଟା ପର୍ଯ୍ୟନ୍ତ ସିଟିବସ ଏବଂ ଅନ୍ୟ ବସରେ ମହିଳାମାନେ ମାଗଣାରେ ଯାତ୍ରା କରିବେ । ଏହି ସମୟ ମଧ୍ୟରେ ମହିଳାମାନେ ଯୁଆଡେ ବି ବସରେ ଯିବାକୁ ଚାହିଁବେ ମାଗଣାରେ ଯିବେ । ମୁ୍ଖ୍ୟମନ୍ତ୍ରୀଙ୍କ ଏହି  ଆଦେଶ ପରେ  ପରିବହନ ନିଗମ ଏବଂ ନଗର ପରିବହନ ନିର୍ଦ୍ଦେଶାଳୟ ପକ୍ଷରୁ ଏ ନେଇ ନିର୍ଦ୍ଦେଶ ଜାରି କରାଯାଇଛି ।

ପରିବହନ ନିଗମ ପକ୍ଷରୁ କୁହାଯାଇଛି, ବିଗତ ବର୍ଷ ପରି ଚଳିତବର୍ଷ ମଧ୍ୟ ରକ୍ଷାବନ୍ଧନ ଅବସରରେ ସମସ୍ତ ବସରେ ମହିଳାମାନେ ଦୁଇଦିନ ମାଗଣାରେ ଯାତ୍ରା କରିପାରିବେ । ଏହି ସୁବିଧା ଯେପରି ପ୍ରତ୍ୟେକ ମହିଳା ଉଠାଇ ପାରିବେ ସେଥିପାଇଁ ଏହାର ପ୍ରଚାର ପ୍ରସାର ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଉଛି  ।

ଖାଲି ୟୁପି ନୁହେଁ, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ମଧ୍ୟ ସମାନ ଘୋଷଣା କରିଛନ୍ତି । ରାଜସ୍ଥାନରେ ମହିଳା, ଯୁବତୀ ବାଳିକାମାନେ ୨୯ ତାରିଖ ରାତି ୧୨ଟାରୁ ୩୦ ତାରିଖ ରାତି ୧୨ଟା ପର୍ଯ୍ୟନ୍ତି ବସରେ ବିନା ଶୁଳ୍କରେ ଯାତ୍ରା କରିପାରିବେ ବୋଲି କହିଛନ୍ତି ।

Leave A Reply

Your email address will not be published.