Latest Odisha News

BREAKING NEWS

ଆସନ୍ତାକାଲି ପବିତ୍ର ରାକ୍ଷୀ ପୂର୍ଣ୍ଣିମା: ଜଗା-ବଳିଆଙ୍କୁ ପାଟ ରାକ୍ଷୀ ବାନ୍ଧିବେ ଗେହ୍ଲି ଭଉଣୀ ସୁଭଦ୍ରା

ପୁରୀ: ଆସନ୍ତାକାଲି ସ୍ନେହ ଓ ବନ୍ଧନର ପର୍ବ ପବିତ୍ର ରାକ୍ଷୀ ପୂର୍ଣ୍ଣିମା । ଜୀବନ ସାରା ନିଜର ସୁରକ୍ଷା ପାଇଁ ଭାଇ ହାତରେ ଭଉଣୀ ବାନ୍ଧିବ ସେହ୍ନର ଡ଼ୋରି । ସେପଟେ ରାକ୍ଷୀ ବାନ୍ଧି ଜୀବନସାରା ଭଉଣୀକୁ ସୁରକ୍ଷାର ପ୍ରତିଶ୍ରୃତି ଦେବ ଭାଇ । ଏନେଇ ସବୁଆଡ଼େ ଚାଲିଛି ଜୋରଦାର ପ୍ରସ୍ତୁତି। ମାନବୀୟ ଲୀଳାଖେଳା କରୁଥିବା ଠାକୁର ଜଗା- ବଳିଆ ବି ଗହ୍ମା ପୂର୍ଣ୍ଣିମା ଦିନ ପିନ୍ଧିବେ ରାକ୍ଷୀ । ବଡ଼ଭାଇ ବଳଭଦ୍ର ଓ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ହାତରେ ରାକ୍ଷୀ ବାନ୍ଧିବେ ଉଉଣୀ ଦେବୀ ସୁଭଦ୍ରା । ଏନେଇ ଶ୍ରୀମନ୍ଦିରରେ ଚାଲିଛି ଜୋରଦାର ପ୍ରସ୍ତୁତି । ରାକ୍ଷୀ ତିଆରିରେ ବ୍ୟସ୍ତ ଅଛନ୍ତି ପାଟରା ବିଷୋୟୀ ସେବାୟତ । ତିଆରି ଚାଲିଛି ଚାରୋଟି ବଡ଼ ରାକ୍ଷୀ ସହ ଗୁଆମାଳ ।  ରଙ୍ଗବେରଙ୍ଗର ବାସୁଙ୍ଗା ପାଟରେ ପ୍ରସ୍ତୁତ ହେଉଛି ରାକ୍ଷୀ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦିଆଯାଇଥିବା ବାସୁଙ୍ଗା ପାଟରେ ପ୍ରଭୁଙ୍କ ପାଇଁ ୪ଟି ରଙ୍ଗର ରାକ୍ଷୀ ତିଆରି ହେଉଛି । ଏହାସହ ୫୪ଟି ଲେଖାଏଁ ଗୁଆରେ ୪ଟି ଗୁଆମାଳ ମଧ୍ୟ ପ୍ରସ୍ତୁତ କରିଛନ୍ତି ପାଟରା ବିଶୋଇ ସେବାୟତ ।

ହଳଦିଆ, ନାଲି ରଙ୍ଗର ରାକ୍ଷୀ ଜଗନ୍ନାଥଙ୍କୁ ପିନ୍ଧା ଯାଉଥିବା ବେଳେ ହଳଧର ପିନ୍ଧନ୍ତି  ନେଳି ଓ ବାଇଗଣୀ ରଙ୍ଗର ରାକ୍ଷୀ । ଗହ୍ମା ପୂର୍ଣ୍ଣିମା ଦିନ ଗୋପାଳ ବଲ୍ଲଭ ଧୂପ ପରେ ପାଟେରା ବିଶୋଇ ସେବାୟତମାନେ ରାକ୍ଷୀ ଓ ଗୁଆମାଳ ମେକାପକୁ ଦେଇଥାଆନ୍ତି । ସିଂହାରି ସେବକମାନେ ମହାପ୍ରଭୁଙ୍କୁ ରାକ୍ଷୀ ଲାଗି କରନ୍ତି । ଏହାଛଡ଼ା ପାର୍ଶ୍ବ ଦେବାଦେବୀଙ୍କ ପାଇଁ ମଧ୍ୟ ରାକ୍ଷୀ ପ୍ରସ୍ତୁତି କରୁଛନ୍ତି ପାଟେରା ବିଷୋୟୀ ସେବାୟତ ।

ପ୍ରକାଶ ଥାଉ କି, ଶ୍ରୀମନ୍ଦିରରେ ବର୍ଷ ତମାମ ପାଳିତ ପର୍ବ ମଧ୍ୟରୁ ରକ୍ଷା ବନ୍ଧନର ବିଶେଷ ମହତ୍ବ ରହିଛି । ଗହ୍ମାପୂର୍ଣ୍ଣିମା ସହ ବଳଭଦ୍ର ଜନ୍ମୋତ୍ସବ ପାଇଁ ଏହି ଦିନ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଥାଏ । ଏହି ଦିନ ମାର୍କଣ୍ଡେଶ୍ଵର ପୁଷ୍କରିଣୀର ଜନ୍ମ ବେଦିରେ ପ୍ରଭୂ ଶ୍ରୀବଳଭଦ୍ରଙ୍କର ମାଟି ତିଆରି ଶିଶୁ ମୂର୍ତ୍ତି ନିର୍ମାଣ କରାଯାଇ ସ୍ବତନ୍ତ୍ର ବିଧିରେ ଜନ୍ମୋତ୍ସବ ପାଳିତ ହୋଇଥାଏ । ଶ୍ରୀବଳଭଦ୍ରଙ୍କୁ କୃଷିର ଦେବତା ବୋଲି ମଧ୍ୟ କୁହାଯାଏ । ତାଙ୍କର ଆୟୁଧ ହଳ ବା ଲଙ୍ଗଳ ଅଟେ। ସମ୍ଭବତଃ ଏଥିଲାଗି, ଏହିଦିନ ଶ୍ରୀମନ୍ଦିର ବାହାରେ ମାଟିର ମୂର୍ତ୍ତି ମାଧ୍ୟମରେ ଶ୍ରୀ ବଳଭଦ୍ରଙ୍କ ଜନ୍ମଦିନ ପାଳିତ ହୋଇଥାଏ ।

Leave A Reply

Your email address will not be published.