Latest Odisha News

BREAKING NEWS

ରାକ୍ଷୀ ପୂର୍ଣ୍ଣିମା: ବଜାରରେ ଭିଡ଼ ଜମିଲା, ବାଲୁକା କଳାକୃତୀରେ ଚମକିଲା ରାକ୍ଷୀ

ଭୁବନେଶ୍ୱର: ଆସନ୍ତାକାଲି ପବିତ୍ର ରାକ୍ଷୀ ପୂର୍ଣ୍ଣିମା । ଭାଇ-ଭଉଣୀଙ୍କ ଲାଗି ଏହି ଦିନଟି ବେଶ୍ ପବିତ୍ର । ରାକ୍ଷୀ ପୂର୍ଣ୍ଣିମାରେ ଭଉଣୀ ତା’ର ଭାଇ ହାତରେ ବାନ୍ଧି ଦେଇଥାଏ ରାକ୍ଷୀ । ସମ୍ପର୍କର ସେତୁବନ୍ଧ ପାଲଟିଯାଇଥାଏ ସୂତାରେ ନିର୍ମିତ ହୋଇଥିବା କ୍ଷୁଦ୍ର ରାକ୍ଷୀଟିଏ । ଭୁବନେଶ୍ୱର ଷ୍ଟେଟ ବ୍ୟାଙ୍କର ବରିଷ୍ଠ କର୍ମଚାରୀ ତଥା ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ବାଲୁକା ଶିଳ୍ପୀ ସୁବଳ ମହାରଣା ରାକ୍ଷୀକୁ ନେଇ ଏକ ସୁନ୍ଦର ବାଲୁକା କଳା ପ୍ରଦର୍ଶନ କରିଛନ୍ତି ।

ସୁବଳ ମହାରଣାଙ୍କ ବାଲୁକା କଳାକୃତୀରେ ଚମକିଲା ରାକ୍ଷୀ । ଆକାରରେ କ୍ଷୁଦ୍ର ହୋଇଥିଲେ ମଧ୍ୟ ଏହି ରାକ୍ଷୀର ମହତ୍ୱ ଅତ୍ୟନ୍ତ ବିଶାଳ । ସ୍ନେହ, ଶ୍ରଦ୍ଧା, ଭକ୍ତି, ପ୍ରେମ ତଥା ଭକ୍ତି ଓ ଦାୟିତ୍ୱବୋଧତାର ସନ୍ତକ ସାବ୍ୟସ୍ତ୍ୟ ହୋଇଥାଏ ଭାଇ-ଭଉଣୀଙ୍କ ଲାଗି ରାକ୍ଷୀ । ରାକ୍ଷୀ ପୂର୍ଣ୍ଣିମାକୁ କେହି କେହି ରକ୍ଷାବନ୍ଧନ ମଧ୍ୟ କହିଥାଆନ୍ତି ।

ରାକ୍ଷୀ ପୂର୍ଣ୍ଣିମା ଅବସରରେ ରାଜ୍ୟର ସମସ୍ତ ଗାଁ ଓ ସହରର ବଜାରରେ ଭିଡ଼ ପରିଲକ୍ଷିତ ହେଉଛି । ଝିଅମାନେ ବଜାରରେ ଖୋଲିଥିବା ରାକ୍ଷୀ ଦୋକାନ ଗୁଡ଼ିକରେ ଭିଡ଼ ଜମଉଛନ୍ତି । ଦୂରରେ ରହୁଥିବା ଭାଇମାନଙ୍କ ଲାଗି କୋରିୟର୍ ବା ସ୍ପିଡ଼ପୋଷ୍ଟ ଯୋଗେ ରାକ୍ଷୀ ପଠାଉଛନ୍ତି ଓଡ଼ିଆ ଝିଅମାନେ ।

ତେବେ ଭୁବନେଶ୍ୱରରେ ରାକ୍ଷୀର ଏକ ଚମତକାର ବାଲୁକା କଳା ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିପାରିଛି ।

ଭୁବନେଶ୍ୱର ଷ୍ଟେଟ ବ୍ୟାଙ୍କର ବରିଷ୍ଠ କର୍ମଚାରୀ ତଥା ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ବାଲୁକା ଶିଳ୍ପୀ ସୁବଳ ମହାରଣା ରାକ୍ଷୀକୁ ନେଇ ଏକ ସୁନ୍ଦର ବାଲୁକା କଳା ପ୍ରଦର୍ଶନ କରିଛନ୍ତି ।

ଏହି ବାଲିର ରାକ୍ଷୀଟି ଭୁବନେଶ୍ୱର ଷ୍ଟେଟ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟଠାରେ ସୁବଳ ମହାରଣା ତିଆରି କରିଛନ୍ତି । ଏହାକୁ ଦେଖିବାକୁ ବେଶ୍ ଭିଡ଼ ଜମିବାରେ ମଧ୍ୟ ଲାଗିଛି ।

ଭାଇ ଓ ଭଉଣୀଙ୍କ ପବିତ୍ର ଦିବସ ରାକ୍ଷୀ ପୂର୍ଣ୍ଣିମାର ଗୁରୁତ୍ୱ ବହନ କରୁଛି ଏହି କଳାକୃତି ।

Leave A Reply

Your email address will not be published.