Latest Odisha News

BREAKING NEWS

ମିଡିଆ ଟ୍ରାଏଲ୍ ବିରୋଧରେ ଦିଲ୍ଲୀ ହାଇକୋର୍ଟ ଗଲେ ରକୁଲ ପ୍ରୀତ ସିଂହ

ନୂଆଦିଲ୍ଲୀ: ଡ୍ରଗ୍ସ କେସରେ ମିଡିଆ ଟ୍ରାଏଲ୍ ବିରୋଧରେ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ତ ହୋଇଛନ୍ତି ଅଭିନେତ୍ରୀ ରକୁଲ ପ୍ରୀତ ସିଂହ । ପିଟିସନରେ ସେ ଦର୍ଶାଇଛନ୍ତି, ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଏବେ ମାମଲାର ତଦନ୍ତ କରୁଛି । ଏନସିବି ତଦନ୍ତ ସାରି କୌଣସି ରିପୋର୍ଟ କୋର୍ଟଙ୍କୁ ନଦେବା ଯାଏ ତାଙ୍କ ନାଁକୁ ଡ୍ରଗ୍ସ କେସ୍ ସହ ଯୋଡ଼ି ମିଡିଆରେ ଖବର ପ୍ରସାରଣ କରା ନଯାଉ ।

ଏନେଇ କେନ୍ଦ୍ର ସରକାର, ପ୍ରେସ୍ କାଉନସିଲ୍ ଅଫ୍ ଇଣ୍ଡିଆ ଓ ନ୍ୟୁଜ ବ୍ରଡକାଷ୍ଟ ଆସୋସିଏସନକୁ ମଧ୍ୟବର୍ତ୍ତିକାଳୀନ ନିର୍ଦ୍ଦେଶନାମା ଜାରି କରିବା ପାଇଁ କୋର୍ଟଙ୍କୁ ଅନୁରୋଧ କରିଛନ୍ତି ରକୁଲ ପ୍ରୀତ ସିଂହ । ତଦନ୍ତ ନସରିବା ଯାଏଁ ଡ୍ରଗ୍ସ ଲିଙ୍କ ସହ ତାଙ୍କ ନାଁକୁ ଯୋଡ଼ି ଖବର ପ୍ରସାରଣ କରାନଯାଉ ।

ଆସନ୍ତା ସପ୍ତାହରେ ମାମଲାର ଶୁଣାଣି ହୋଇପାରେ । ଡ୍ରଗ୍ସ ଲିଙ୍କରେ ରକୁଲଙ୍କୁ ପଚରାଉଚରା କରିଛି ଏନସିବି । ତାଙ୍କ ମୋବାଇଲ୍ ଫୋନ୍ ବି ଜବତ କରାଯାଇଛି । ରିୟା ଚକ୍ରବର୍ତ୍ତୀଙ୍କୁ ଜେରା ବେଳେ ସେ ରକୁଲଙ୍କ ନାଁ ନେଇଥିଲେ । ତାପରେ ହାଜର ହେବାକୁ ତାଙ୍କୁ ସମନ କରିଥିଲା ଏନସିବି ।

Leave A Reply

Your email address will not be published.