Latest Odisha News

କାନ୍ଦି ପକାଇଲେ ଦୀପିକା, ହାତ ଯୋଡି ଏନ୍‌ସିବି କହିଲା ଠିକ୍ ଉତ୍ତର ଦିଅ

ମୁମ୍ବାଇ: କାନ୍ଦି ପକାଇଲେ ଡିମ୍ପଲ ଗାର୍ଲ ଦୀପିକା ପାଦୁକୋନ । ଏନ୍‌ସିବି ଆଗରେ ଥରେ କି ଦୁଇ ଥର ନୁହେଁ ତିନିଥର ଭୋ ଭୋ ହୋଇ କାନ୍ଦିଛନ୍ତି ବଲିଉଡର ମସ୍ତାନୀ । ଖେଳିଥିଲେ ଇମୋସନାଲ କାର୍ଡ । ଏନ୍‌ସିବି ଅଧିକାରୀ ତୁହାକୁ ତୁହା ପ୍ରଶ୍ନ କରି ଚାଲିଥିଲେ । ଡ୍ରଗ୍ସ ଲିଙ୍କ ନେଇ ଘନ ଘନ ଜେରା ଚାଲିଥିଲା । ହେଲେ ଦୀପିକାଙ୍କ ଆଖିରୁ ଲୁହ ବୋହି ଚାଲିଥିଲା । ସ୍ପଷ୍ଟ ଭାବେ କିଛି ବି କହି ପାରୁନଥିଲେ ଦୀପିକା । ଆଉ କଥା କଥାରେ ଭୋ ଭୋ କାନ୍ଦୁଥିଲେ ।

ଦୀପିକାଙ୍କ କାନ୍ଦ ଦେଖି ହାତ ଯୋଡି ଏନ୍‌ସିବି ଅଧିକାରୀ କହିଥିଲେ, କାନ୍ଦ ବନ୍ଦ କର । ଆମ ପ୍ରଶ୍ନର ଠିକ୍ ଉତ୍ତର ଦିଅ । ଦୀପିକା ଯେତିକି କାନ୍ଦୁଥିଲେ ଏନ୍‌ସିବି ଅଧିକାରୀ ବିରକ୍ତ ହୋଇ ସେତିକି ପ୍ରଶ୍ନ ପଚାରି ଚାଲିଥିଲେ । ଏନସିବିର ଅଫିସର ତାଙ୍କୁ ଇମୋସନାଲ କାର୍ଡ ନଖେଳିବାକୁ ପରାମର୍ଶ ଦେଇଥିଲେ। ଏପରିକି ଏନସିବିର ଜଣେ ଅଧିକାରୀ ହାତ ଯୋଡି ଦୀପିକାଙ୍କୁ କାନ୍ଦିବା ବଦଳରେ ସତ କହିବାକୁ କହିଥିଲେ ।

ମିଳିଥିବା ସୂଚନା ଅନୁସାରେ ମ୍ୟାନେଜର କରିଶ୍ମା ପ୍ରକାଶଙ୍କ ସହ କରିଥିବା ହ୍ୱାଟସଆପ୍ ଚାଟ୍‌କୁ ଶେଷରେ ସ୍ୱୀକାର କରିଥିଲେ ଦୀପିକା । କହିଥିଲେ ସେ ହେଉଛନ୍ତି, ହ୍ୱାଟସ୍‌ଆପ୍ ଗ୍ରୁପର ଆଡମିନ୍ । ଏଭଳି ଭାବେ ଦୀପିକାଙ୍କୁ ୫ରୁ ୬ ଘଂଟା ଧରି ମାରାଥନ ଜେରା କରିଥିଲେ ଏନ୍‌ସିବିର ୫ ଜଣିଆ ଟିମ୍ ।

ବଲିଉଡର ଡ୍ରଗ୍ସ ଲିଙ୍କ ମାମଲାରେ ଶନିବାର ୩ ଅଭିନେତ୍ରୀଙ୍କୁ ଏନ୍‌ସିବି ଜେରା କରିଥିଲା । ଗୋଟିଏ ପଟେ ଏନସିବି ଆକ୍ସନ ମୋଡରେ ଦୀପିକା-ସାରା-ଶ୍ରଦ୍ଧାଙ୍କୁ ପଚରାଉଚରା କରିଥିଲା। ଅନ୍ୟପକ୍ଷେ ଦୀପିକା-ସାରା ଓ ରକୁଲଙ୍କ ମୋବାଇଲକୁ ମଧ୍ୟ ଜବତ କରିନେଇଛି।

Leave A Reply

Your email address will not be published.