ନୂଆଦିଲ୍ଲୀ: ଅଜୟ ଦେବଗନଙ୍କ ନିର୍ଦ୍ଦେଶିତ ଆଗାମୀ ଫିଲ୍ମ ‘ମେ ଡେ’ରେ ଅମିତାଭ ବଚ୍ଚନ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି। ସଦ୍ୟତମ ଖବର ଅନୁଯାୟୀ ଅଭିନେତ୍ରୀ ରାକୁଲ ପ୍ରୀତ ସିଂଙ୍କୁ ଦର୍ଶକ ଏହି ଚଳଚ୍ଚିତ୍ରରେ ଦେଖିବାକୁ ପାଇବେ। ଏହି ଚଳଚ୍ଚିତ୍ରରେ ଖୋଦ୍ ଅଜୟ ଦେବଗନଙ୍କୁ ମଧ୍ୟ ଅଭିନୟ କରିବେ।
ରାକୁଲ ପ୍ରୀତ ସିଂ ନିଜେ ଏହି ଫିଲ୍ମକୁ ନିଶ୍ଚିତ କରିଛନ୍ତି। ସେ ତାଙ୍କ ବିବୃତ୍ତିରେ କହିଛନ୍ତି ଯେ ମୁଁ ପୂର୍ବରୁ ଅଜୟ ସାର୍ଙ୍କ ସହ କାମ କରିସାରିଛି ଏବଂ ଏବେ ପୁଣି ସେ ସୁଯୋଗ ମୋତେ ମିଳିଥିବାରୁ ମୁଁ ବହୁତ ଉତ୍ସାହିତ ଅଛି। ଯେବେଠୁ ମୁଁ ଅଭିନୟ କରିବା ବିଚାର ମନକୁ ଆଣିଛି ସେବେଠୁ ଦିଗଗ୍ଜ ଅଭିନେତା ଅଭିନେତା ଅମିତାଭ୍ ବଚ୍ଚନଙ୍କ ସହ କାମ କରିବାର ସ୍ୱପ୍ନ ରହିଆସିଛି। ବର୍ତ୍ତମାନ ମୋର ସ୍ୱପ୍ନ ଶେଷରେ ପୂରଣ ହେବାକୁ ଯାଉଛି ଏବଂ ମୁଁ ବହୁତ ଖୁସି ଅଛି।
ସୂଚନାଯୋଗ୍ୟ ଅଜୟ ଦେବଗନ୍ ଏବଂ ଅମିତାଭ ବଚ୍ଚନ ପ୍ରାୟ ୧୩ ବର୍ଷ ପରେ ମେ ଡେ ଫିଲ୍ମ ମାଧ୍ୟମରେ ଏକାଠି କାମ କରିବାକୁ ଯାଉଛନ୍ତି। ମେଡେ ଫିଲ୍ମର ସୁଟିଂ ଡିସେମ୍ବର ୨୦୨୦ରେ ଆରମ୍ଭ ହେବ।
Comments are closed.